ଭୁବନେଶ୍ୱର: ବାପା । ଘରର କାନ୍ଥ । କାରଣ ସେ ଚଟାଣ ପରି ଭାରି ପଥର । ସବୁ କଷ୍ଟକୁ ପିଠିରେ ସହି ପିଲା ତଥା ପରିବାରକୁ ରଖନ୍ତି ଖୁସିରେ । ତାଙ୍କର ଛତ୍ରଛାୟା ତଳେ ପରିବାର ନିେ ଶାନ୍ତିରେ ନିଶ୍ୱାସ । ହେଲେ ଯେଉଁଠି ବାପା ସାଜେ ସୈତାନ । ସେଠି କରିବେ କଣ । ଯଦି ବାପା ନୃଶଂସତାର ସୀମା ପାରେ କରେ ତେବେ କହିବେ କାହାକୁ ।

ରାଜଧାନୀରେ ନଜର ଆସିଛି ଏମିତି ଘଟଣା । ଜେଜେ ମାଆ ସହ କଥା ହେଲେ ବୋଲି ପିଲାଙ୍କୁ ଗୃହବନ୍ଦୀ କରିଦେଲା ବାପା । ଭୁବନେଶ୍ୱର ଇଶାନେଶ୍ୱର ବସ୍ତିରେ ଦୁଇ ଛୁଆଙ୍କୁ ଗୃହବନ୍ଦୀ କଲା ବାପା । ଜେଜେ ମାଆ ସହ କଥା ହେବାରୁ ବାପା ଦେଲା ନିର୍ଯାତନା । ଏମିତିକି ରାତି ସାରା ସ୍ତ୍ରୀକୁ କଲା ମାରପିଟ୍ । ଦୁଇ ଛୁଆକୁ ଘର ବାହାରୁ ତାଲା ପକାଇ ଫେରାର ମାରିଲା ବାପା ।

Also Read...ଓଃ କି ତାତି ଲୋ ମାଆ, ସ୍କୁଲ ଯାଇପାରିବେନି ପିଲା, ସରକାରଙ୍କ ବଡ଼ ଘୋଷଣା

ସ୍ଥିତି ଏମିତି ହେଲା ଭୋକ ବିକଳରେ ଦୁଇ ଛୁଆ ଚିତ୍କାର କରିବାକୁ ଲାଗିଥିଲେ । ଚିତ୍କାର ଶୁଣି ସାହି ପଡିଶା ପୋଲିସକୁ ଦେଇଥିଲେ ଖବର। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ପିସିଆର୍ ଟିମ୍ । ତାଲା ଭାଙ୍ଗି ୮ଘଣ୍ଟା ଗୃହବନ୍ଦୀ ଥିବା ଦୁଇ ମାଇନର ପିଲାଙ୍କୁ ଉଦ୍ଧାର କଲା ପିସିଆର୍ । ଅମାନବୀୟ କାଣ୍ଡ ଭିଆଇ ଥିବା ବାପାକୁ ଖୋଜୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।