କରଞ୍ଜିଆ ୪।୭: ଅଟୋକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ମାଆ ଗୁରୁତର ହୋଇଛନ୍ତି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ।

ସୂଚନାଯୋଗ୍ୟ ଯେ, ଅଟୋକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ହୋଇଛନ୍ତି । କରଞ୍ଜିଆ ମେଡିକାଲରୁ ନିଜ ଛୁଆକୁ ଡାକ୍ତରଙ୍କୁ ଦେଖାଇ ନିଜ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗ୍ରାମକୁ ଯିବାବେଳେ କାଳିକାପୁର ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

Also Read:- ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ନିଷ୍ପତ୍ତି

ଅଟୋରେ ବାପ, ମାଆ, ପୁଅ ଥିଲେ । ଡ୍ରାଇଭର ବି ଗୁରୁତର ହୋଇଥିବା ଜଣା ପଡିଛି । ଗୁରୁତର ମାଆକୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ପିତା ଗାନସା କିସ୍କୁ ଓ ନାବାଳକ ପୁଅ ରାମରାଜ କିସ୍କୁ ବୋଲି ଜଣା ପଡିଛି ।