ଜୟପୁର ୧।୧୦: ଶିକ୍ଷକଙ୍କ ମାଡ଼ରେ ପଞ୍ଚମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ । ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ । ମୃତ ଛାତ୍ର ଜଣଙ୍କ ହେଲେ ଜୟପୁର ନିକଟସ୍ଥ ରଣ୍ଡାପାଲି ପଞ୍ଚାୟତର କେନ୍ଦୁଗୁଡା ଗାଁର ଗଙ୍ଗା ଜାନି ।

ମୃତ ଛାତ୍ରଙ୍କ ବାପା ଟିନୁ ଜାନିଙ୍କ ଅଭିଯୋଗ ଅନୁସାରେ, ଛାତ୍ର ଜଣଙ୍କ ଗଡପଦର ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ । ଦୁଇ ଦିନ ତଳେ ତାଙ୍କୁ ପ୍ରଧାନ ଶିକ୍ଷକ ମାଡ ମାରିଥିଲେ । ଯାହା ଫଳରେ ଛାତ୍ର ଜଣଙ୍କ ଅସୁସ୍ଥ ହୋଇ ଘରକୁ ଚାଲି ଯାଇଥିଲେ । ଛାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Also Read:- ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ୍-ରେଲିଂ, ସହଯୋଗ କରିବେ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ

ତେବେ ଏହି ଘଟଣାକୁ ନେଇ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ରଙ୍କ ପରିବାର ଲୋକ ।

Watch Video: