ପୁରୀ ୧୨।୮: ପୁଣି ପୁରୀରୁ ବ୍ରାଉନ ସୁଗାର ଜବତ। ୧୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହିତ ନଗଦ ଦୁଇ ହଜାର ଟଙ୍କା ଜବତ କରିଛି ପୁରୀ ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ଜଣକ ସତ୍ୟବାଦୀ ବରାଳ ଗ୍ରାମର ମିଥୁନ ମହାପାତ୍ର।

ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ଗ୍ରାମ ନିକଟ ତ୍ରିନାଥ ମନ୍ଦିର ସମ୍ମୁଖରେ ଅଭିଯୁକ୍ତ ମିଥୁନ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ଟିମ୍ । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା ଏହି ଟିମ୍ । ପରେ ଅଭିଯୁକ୍ତ ମିଥୁନକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

Also Read:- ହାତୀ-ମଣିଷ ସଂଘର୍ଷ : ମଣିଷଙ୍କ ହଇରାଣରେ ବଦଳୁଛି ହାତୀଙ୍କ ବ୍ୟବହାର, ପାଖରୁ ଯିବାକୁ ଲାଗୁଛି ଡ଼ର

ଗିରଫ ଅଭିଯୁକ୍ତ ମିଥୁନ ଠାରୁ ୧୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ । ତେବେ ଅଭିଯୁକ୍ତ ଜଣକ କେଉଁଠାରୁ ବ୍ରାଉନ ସୁଗାର ଆଣି ବିକ୍ରି କରୁଥିଲା ଏବଂ ଏହା ପଛରେ ଆଉ କାହାର ହାତ ରହିଛି ସେନେଇ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।