ଭୁବନେଶ୍ବର: ଇନଷ୍ଟାଗ୍ରାମରୁ ଯୁବତୀଙ୍କ ଫଟୋର ନେଉଥି​‌ଲେ ସ୍କ୍ରିନସଟ୍। ପରେ ଏହି ଫଟୋ ଏସ୍କର୍ଟ ସର୍ଭିସ୍ ଓ୍ବେବସାଇଟରେ କରୁଥିଲେ ଅପଲୋଡ୍। ଖାଲି ସେତିକି ନୁହେଁ ସେହି ଫଟୋ ସହ ଏସ୍କର୍ଟ ସର୍ଭିସ୍ ଓ୍ବେବସାଇଟର ଲିଙ୍କ୍ ବି କରୁଥିଲେ ସୋସିଆଲ ମିଡିଆରେ ସେୟାର। ଆଉ ଏଭଳି କରି ଜାରି ରଖିଥିଲେ ଠକେଇ। ଶେଷରେ କମିଶନରେଟ ପୋଲିସ ହାବୁଡ଼ରେ ଧରାପଡ଼ିଛି ଏହି ଏସ୍କର୍ଟ ଗ୍ୟାଙ୍ଗ।

ଶନିବାର ଏଭଳି ଏସ୍କର୍ଟ୍ ସର୍ଭିସ ନାଁରେ ଠକେଇ ଚଳାଇଥିବା ଗ୍ୟାଙ୍ଗକର ପର୍ଦ୍ଦାଫାଶ କରିଛି। ଜଣାପଡ଼ିଛି ପରେ ଏମାନେ ଏହି ଏସ୍କର୍ଟ ସଂସ୍ଥା ଦ୍ୱାରା ଲୋକଙ୍କୁ ହ୍ୱାଟ୍ସଆପ୍ କଲ୍ ଓ ଚାଟିଂରେ ଯୋଗାଯୋଗ କରି ଆଡଭାନ୍ସ ମାଗି ଠକେଇ କରୁଥିଲେ। ତେବେ ଗ୍ୟାଙ୍ଗର ପ୍ରାୟ ୪ ଜଣକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ। ଏମାନଙ୍କ ଠାରୁ ଗୋଟିଏ କାର୍, ୧୫ଟି ସିମ୍, ୯ଟି ମୋବାଇଲ ଜବତ କରାଯାଇଥିବା ବେଳେ, ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Also Read: କୁଜଙ୍ଗରେ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ, ୬ ମେସିନ ସହ ପ୍ୟାକିଂ ସାମଗ୍ରୀ ଜବତ