ନୂଆଦିଲ୍ଲୀ,|୧:ସାରା ଦେଶ ପାଳନ କରୁଛି ୭୭ତମ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ । ଏହି ଦିନ ଭାରତରେ ସମ୍ବିଧାନକୁ ସମ୍ପୂର୍ଣ୍ଣ ଭାବେ ପ୍ରଣୟନ କରାଯାଇଥିଲା । ଚଳିତ ବର୍ଷ ଗଣତନ୍ତ୍ର ଦିବସର ଥିମ୍ ରହିଛିବନ୍ଦେ ମାତରଂକୁ ୧୫୦ବର୍ଷ। ଯାହା ଦେଶରେ ସ୍ୱାଧିନତା ସଂଗ୍ରାମୀଙ୍କ ବଳିଦାନର ଗାଥା ଗାଇଥାଏ ।

ଗଣତନ୍ତ୍ର ଦିବସର ଇତିହାସ

୧୯୫୦ମସିହା ଜାନୁଆରୀ୨୬ ତାରିଖ। ସ୍ୱାଧିନ ଭାରତରେ ପ୍ରଥମ ଥର ପାଇଁ ସମ୍ବିଧାନକୁ ପ୍ରଣୟନ କରାଯାଇଥିଲା । ଯାହା୧୯୩୫-ଭାରତ ସରକାରଙ୍କ ଅଧିନିୟମକୁ ଉଚ୍ଛେଦ କରିଥିଲା। ତେବେ ଜାନୁଆରୀ୨୬ତାରିଖ ଭାରତୀୟ ଇତିହାସର ଏକ ସୁନେଲି ଫର୍ଦ୍ଦ ।୧୯୩୦ମସିହା ଆଜିର ଦିନରେ କଂଗ୍ରେସ ପୂର୍ଣ୍ଣ ସ୍ୱରାଜ ଘୋଷଣା କରିଥିଲା ।

ଜାନୁଆରୀ ୨୬ର ମହତ୍ତ୍ୱ

ଜାନୁଆରୀ୨୬କେବଳ ଏକ ତାରିଖ ନୁହେଁ ଏହା ଦେଶବାସୀଙ୍କ ପାଇଁ ଏକ ଗୌରବର ଦିନ । ଏହି ଦିନ ଭାରତବାସୀଙ୍କୁ ସେମାନଙ୍କ ଅଧିକାର, ଉତ୍ତମ ପ୍ରଶାସନ ଏବଂ ଦେଶର ଅଖଣ୍ଡତାକୁ ମନେ ପକାଇଥାଏ । ଏହି ପବିତ୍ର ଦିନ ନ୍ୟାୟ, ସମାନତା ଏବଂ ସ୍ୱାଧିନତାକୁ ଦର୍ଶାଇଥାଏ ।

ଗଣତନ୍ତ୍ର ଦିବସ ପାଳନ

କର୍ତ୍ତବ୍ୟପଠରେ ଗଣତନ୍ତ୍ର ଦିବସକୁ ଖୁବ୍ ଜାକକମରେ ପାଳନ କରାଯାଏ । ଭାରତ ଏହାର ସଂସ୍କୃତି ପରମ୍ପରା ଏବଂ ସାମରିକ ଶକ୍ତିକୁ ଏହି ଦିନ ପ୍ରଦର୍ଶିତ କରିଥାଏ । ଆଜିର ଦିନରେ ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି । ଏହାସହ ପରେଡ୍ ମଧ୍ୟ ହୋଇଥାଏ । ସେହିପରି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ଏବଂ ସାହସିକ ପୁରସ୍କାର ପ୍ରଦାନ କରାଯାଏ ।

ବନ୍ଦେ ମାତରଂକୁ ୧୫୦ବର୍ଷ

ଚଳିତ ବର୍ଷ କର୍ତ୍ତବ୍ୟ ପଥରେ ବନ୍ଦେ ମାତରଂର୧୫୦ବର୍ଷ ପୂର୍ତ୍ତି ପାଳନ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି । ଭାରତ ପର୍ବରେ ଏହା ସ୍ଥାନ ପାଇବ । ଅନେକ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟ କର୍ତ୍ତବ୍ୟ ପଥରେ ନିଜର ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିବେ । ଏହାସହ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ମଧ୍ୟ ଏଠାରେ ପ୍ରଦର୍ଶିତ କରାଯିବ । ସେହିପରି ଡିଆରଡିଓ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଏଠାରେ ନିଜର ଶକ୍ତି ଦେଖାଇବ । ଆକାଶରେ ବାୟୁସେନା କଳାକୌଶଳ ପ୍ରଦର୍ଶନ କରିବ ।