EPFO WhatsApp Service: ହ୍ୱାଟ୍ସଆପ୍ ସର୍ଭିସ ଆରମ୍ଭ କଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ( ଇପିଏଫ୍ଓ) । ରବିବାର ଏହାର ୭୪ତମ ସ୍ଥାପନା ଦିବସରେ କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଦୁଇଟି ବଡ଼ ସୁବିଧାର ଶୁଭାରମ୍ଭ କରିଛନ୍ତି। ପ୍ରଥମଟି – ହ୍ୱାଟ୍ସଆପ ସର୍ଭିସ ଓ ଦ୍ୱିତୀୟଟି ବନ୍ଦ କିମ୍ବା ଡିଆକ୍ଟିଭ୍ ଥିବା ଇପିଏଫ୍ ଖାତାର ଅଟୋମେଟିକ ସେଟେଲମେଣ୍ଟ, ଅର୍ଥାତ ଆପଣାଛାଏଁ ଟଙ୍କା ଟ୍ରାନ୍ସଫର ହେବା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।​​​​​​​

EPFO ହ୍ୱାଟ୍ସଆପ୍ ସର୍ଭିସ ବିଷୟରେ ଜାଣନ୍ତୁ

EPFOର ଭେରିଫାଏଡ ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ ଏବେ ଇପିଏଫ୍ ଖାତାଧାରକ ନିଜ ମୋବାଇଲରେ ଏକାଧିକ ସୁବିଧା ପାଇପାରିବେ। ଯେମିତିକି ପିଏଫ୍ ବାଲାନ୍ସ ଚେକ୍ କରିବା, ଗତ ୫ ଦିନର ଟ୍ରାଞ୍ଜାକ୍ସନର ସୂଚନା ଓ ପାସବୁକ ଇନଫରମେସନ ଆଦି ଦେଖିପାରିବେ। ଏହା ବାଦ୍ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଯୋଜନା ସମ୍ପର୍କିତ ଆବଶ୍ୟକତାଗୁଡ଼ିକୁ ପୂରା କରିବା ପାଇଁ ପର୍ସନାଲ ଗାଇଡାନ୍ସ ଓ ସହଯୋଗ ବି ହ୍ୱାଟ୍ସଆପ୍ ମାଧ୍ୟମରେ ଉପଲବ୍ଧ କରାଯିବ।

ଡିଆକ୍ଟିଭ ଇପିଏଫ୍ ଖାତା ପାଇଁ ନୂଆ ସୁବିଧା

ଇପିଏଫ୍ଓର ୭୪ ତମ ସ୍ଥାପନା ଦିବସରେ କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏଲିଜିବଲ ଡିଆକ୍ଟିଭ୍ ଇପିଏଫ୍ ଖାତାର ଅଟୋମେଟିକ ସେଟଲମେଣ୍ଟ ସିଷ୍ଟମ ଲଞ୍ଚ କରିଛନ୍ତି। ଏହାଦ୍ୱାରା ଯେଉଁ ଇନଅପରେଟିଭ୍ ପିଏଫ୍ ଖାତାରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପଡ଼ି ରହିଛି ଓ ଯାହାର ଆଧାର ଭେରିଫାଏଡ୍ ହୋଇଛି, ସେମାନଙ୍କୁ କ୍ଲେମ ଫର୍ମ ଭରିବାର ଆବଶ୍ୟକତା ପଡ଼ିବ ନାହିଁ। ଏହା ଆପେ ଆପେ ଆକ୍ଟିଭ ହୋଇଯିବ।

Also Read- ଅକ୍ଟୋବରରେ ୟୁପିଆଇ ପେମେଣ୍ଟରେ ରେକର୍ଡ: ପ୍ରତିଦିନ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର

ନୂଆ ବ୍ୟବସ୍ଥାରେ EPFOର ନିର୍ଦ୍ଧାରିତ ଚିହ୍ନଟ ପ୍ରକ୍ରିୟା ଏବଂ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ EPFO ସ୍ୱୟଂଚାଳିତ ଭାବରେ ଏହି ଆକାଉଣ୍ଟଗୁଡ଼ିକର ସେଟେଲମେଣ୍ଟ ପ୍ରୋସେସ ଆରମ୍ଭ କରିବ। ଏହାମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କ ଟଙ୍କା ସିଧାସଳଖ ଟ୍ରାନ୍ସଫର କରାଯିବ। ଏହି ନୂଆ ବ୍ୟବସ୍ଥାରେ ପ୍ରାୟ ୧୦୦,୦୦୦ ପିଏଫ୍ ଆକାଉଣ୍ଟଧାରୀ ଉପକୃତ ହେବେ ଓ ମୋଟ ₹୫ କୋଟି ଟଙ୍କା ସ୍ଥାନାନ୍ତର ହେବ।

ନୂଆ ବ୍ୟବସ୍ଥାରେ ଗ୍ରାହକଙ୍କୁ ସୁବିଧା

ନୂଆ ବ୍ୟବସ୍ଥା ଦ୍ୱାରା ଖାତାଧାରକଙ୍କୁ ଆଉ ବାରମ୍ବାର ଅଫିସ ଯିବାକୁ ପଡ଼ିବ ନାହିଁ। ମୋବାଇଲରେ ହିଁ ବାଲାନ୍ସ ଓ ପାସବୁକ ଡିଟେଲ୍ସ ମିଳିଯିବ। ସେହିପରି ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ଟ୍ରାଞ୍ଜାକ୍ସନର ତୁରନ୍ତ ସୂଚନା ହ୍ୱାଟ୍ସଆପ୍ରେ ଉପଲବ୍ଧ ହୋଇପାରିବ। ସେହିପରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ପଡ଼ି ରହିଥିବା ପୁରୁଣା ଡିଆକ୍ଟିଭେଟ ଖାତାର ପଇସା ବିନା କୌଣସି କାଗଜପତ୍ର କାମରେ ସିଧା ବ୍ୟାଙ୍କ ଖାତାକୁ ଆସିବ।