ଭୁବନେଶ୍ଵର: ବିଏମସି ସମେତ ରାଜ୍ୟର ସବୁ ସହରାଞ୍ଚଳରେ ଯନ୍ତ୍ରୀ ସ୍ତରରେ ବଦଳି କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଏହି ବଦଳରେ ଅନେକ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ରହିଛନ୍ତି। ଜାରି ବିଜ୍ଞପ୍ତି ଅନୁସାରେ, ସହକାରୀ ନିର୍ବାହ ଯନ୍ତ୍ରୀ ଦିଲୀପ କୁମାର ସାହୁଙ୍କୁ କଟକ ମହାନଗର ନିଗମ, କାହ୍ନୁଚରଣ ଦାଶଙ୍କୁ ଖୋର୍ଦ୍ଧା ପୌରପାଳିକା, ପ୍ରକାଶ କୁମାର ପ୍ରଧାନଙ୍କୁ ଅନୁଗୋଳ ପୌରପାଳିକା, ପ୍ରତାପ କୁମାର ସାହୁଙ୍କୁ ବଡ଼ବିଲ ପୌରପାଳିକା, ସିଲ୍ଲ ସତ୍ୟନାରାୟଣଙ୍କୁ ଚୌଦ୍ଵାର ପୌରପାଳିକାକୁ ବଦଳି କରାଯାଇଛି। ସେହିଭଳି ସହକାରୀ ଯନ୍ତ୍ରୀ ସଂଗ୍ରାମ ମହାରିଙ୍କୁ ପିପିଲି ଏନଏସି ଓ ଶ୍ରୀକାନ୍ତ ଆଚାର୍ଯ୍ୟଙ୍କୁ ବାଲୁଗାଁ ଏନ୍ଏସିକୁ ବଦଳି କରାଯାଇଛି। କନିଷ୍ଠ ଯନ୍ତ୍ରୀ ମମତା ରାଉତଙ୍କୁ କଟକ ମହାନଗର ନିଗମ ଓ ଶୁଭ୍ରାଂଶୁ ଶେଖର ଦାସଙ୍କୁ ନିମାପଡ଼ା ଏନ୍ଏସିକୁ ବଦଳି କରାଯାଇଛି।

ବିଏମସିର ଅନେକ ଯନ୍ତ୍ରୀଙ୍କ ବଦଳି

ସେପଟେ ଗତ ମେ ମାସ ୨୬ ତାରିଖରେ ରାଜ୍ୟର ସବୁ ସହରାଞ୍ଚଳର ବରିଷ୍ଠ କିରାଣି, କନିଷ୍ଠ କିରାଣିଙ୍କ ବଦଳି କରାଯାଇଥିଲା। ଏଥିରେ ବଦଳି ଆଦେଶରେ ଆଂଶିକ ପରିବର୍ତ୍ତନ କରାଯାଇଛି। ଯେଉଁଥିରେ ବିଏମ୍ସିର ବି ବହୁ ବରିଷ୍ଠ କିରାଣି ଓ କନିଷ୍ଠ କିରାଣ ରହିଛନ୍ତି। ସିନିୟର ଆସିଷ୍ଟାଣ୍ଟ ସନ୍ତୋଷ କୁମାର ମହାନ୍ତିଙ୍କୁ ବିଏମ୍ସିରୁ ଜଗତସିଂହପୁର ପୌରପାଳିକାକୁ ବଦଳି କରାଯାଇଥିଲା। କିନ୍ତୁ ଜଗତସିଂହପୁର ବଦଳି ବାତିଲ୍ କରି ତାଙ୍କୁ ଜଟଣୀ ପୌରପାଳିକାକୁ ବଦଳି କରାଯାଇଛି।

ବିଏମ୍‌ସିର ସିନିୟର ଆସିଷ୍ଟାଣ୍ଟ ଅରୁଣ କୁମାର ବିଶ୍ଵାଳଙ୍କୁ ପଟ୍ଟାମୁଣ୍ଡାଇ ପୌରପାଳିକାକୁ ବଦଳି କରାଯାଇଥିଲା । ଏହି ବଦଳି ବାତିଲ୍ କରି ତାଙ୍କୁ କଟକ ମହାନଗର ନିଗମକୁ ବଦଳି କରାଯାଇଛି। ସୁଡ଼ାରେ ଥିବା ସିନିୟର ଆସିଷ୍ଟାଣ୍ଡ ଥିବା ରସାନ୍ତ କୁମାର ନାୟକଙ୍କୁ ଜଗତସିଂହପୁର ବଦଳି କରାଯାଇଥିଲା। ଏହି ବଦଳି ବାତିଲ୍ କରି ତାଙ୍କୁ ବିଏମ୍‌ସିକୁ ବଦଳି କରାଯାଇଛି। ବିଏମ୍‌ସିରେ ସିନିୟର ଆସିଷ୍ଟାଣ୍ଟ ଥିବା ବିଶ୍ଵରଂଜନ ନାୟକଙ୍କୁ ସମ୍ବଲପୁର ବଦଳି କରାଯାଇଥିଲା। ଏହି ବଦଳି ବାତିଲ୍ କରି ତାଙ୍କୁ ସୁଡ଼ାକୁ ବଦଳି କରାଯାଇଛି। ବିଏମ୍‌ସି ଜୁନିୟର ଆସିଷ୍ଟାଣ୍ଟ ବିମନ କୁମାର ଦଳାଇଙ୍କୁ ବାଙ୍କି ଏନ୍ଏସିରୁ ଆଠଗଡ଼ ପୌରପାଳିକାକୁ ବଦଳି କରାଯାଇଥିଲା। ତାଙ୍କୁ ବିଏମ୍‌ସିକୁ ବଦଳି କରାଯାଇଛି। ବିଏମସିର ସିନିୟର ଆସିଷ୍ଟାଣ୍ଡ ସୁଧାଂଶୁ ଶେଖର ମାଝୀଙ୍କୁ ରଣପୁର ଏନ୍ଏସିକୁ ବଦଳି କରାଯାଇଥିଲା। ଏହି ବଦଳି ବାତିଲ୍ କରି ତାଙ୍କୁ କଟକ ମହାନଗର ନିଗମକୁ ବଦଳି କରାଯାଇଛି।

କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସ୍ତରରେ ବି ବଦଳି

ଅନ୍ୟପଟେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିପିନ ବିହାରି ମହାନ୍ତିଙ୍କୁ ରାଉରକେଲା ଆରଏମସିରୁ ପୁରୀ ମହାନଗର ନିଗମକୁ, ଜୟନ୍ତ କୁମାର ପରିଡ଼ାଙ୍କୁ ବ୍ରହ୍ମପୁର ମହାନଗର ନିଗମରୁ ଭୁବନେଶ୍ବର ମହାନଗର ନିଗମକୁ, ମାନସ ରଞ୍ଜ ପାଲ୍‌ଙ୍କୁ ଜଗତସିଂହପରୁର କଟକ ମହାନଗର ନିଗମ, ବି ସତ୍ୟସାଇ ବାବା ସୁବୁଦ୍ଧିଙ୍କୁ ବିଏମସିରୁ ବ୍ରହ୍ମପୁର ମହାନଗର ନିଗମ, ଦେବବ୍ରତ ଷଡ଼ଙ୍ଗୀଙ୍କୁ ପୁରୀ ମହାନଗର ନିଗମରୁ ଭୁବନେଶ୍ବର ମହାନଗର ନିଗମ, ଗୋଲ ବିହାରୀ ସାହୁଙ୍କୁ ତାଳଚେର ମ୍ୟୁନିସିପାଲିଟିରୁ ରାଉରକେଲା ଆରଏମସି ଏବଂ ପ୍ରଦୀପ କୁମାର ନାୟକଙ୍କୁ ବାଲେଶ୍ବର ମ୍ୟୁନିସିପାଲିଟିରୁ ଭଦ୍ରକ ମ୍ୟୁନିସିପାଲିଟିକୁ ବଦଳି କରାଯାଇଛି।