ଲଣ୍ଡନ,|୧:ଖାଲି ଚଉକା ଏବଂ ଛକା ବର୍ଷା ।୪୦ବଲରୁ ଅର୍ଦ୍ଧଶତକ । ପରବର୍ତ୍ତୀ୧୭ବଲରୁ ଶତକ ପୂରଣ । ଶ୍ରୀଲଙ୍କା ବିପକ୍ଷରେ କିଛି ଏମିତି ପାଳି ଖେଳିଛନ୍ତି ଇଂଲଣ୍ଡ ଦିନିକିଆ ଟିମ୍ କ୍ୟାପ୍ଟେନ୍ ହ୍ୟାରି ବ୍ରୁକ୍ ।

ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ଟିକିଆ ଦିନିକିଆ ସିରିଜ୍ ଖେଳାଯାଉଛି । ସିରିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଇଂଲିଶ ଟିମ୍ । ଦ୍ୱିତୀୟ ମୁକାବିଲା ଦଳ ପାଇଁ ଥିଲା କର ବା ମର । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ । ନିର୍ଣ୍ଣାୟକ ମୁକାବିଲାରେ୩୫୭ରନ୍ କରିବାରେ ସଫଳ ହୋଇଥିଲା ।

ଦଳର ସ୍କୋର୧୯ରନ୍ ହୋଇଥିବା ବେଳେ ଆଉଟ ହୋଇଥିଲେ ବେନ୍ ଡକେଟ୍ । ଏହାପରେ୪୦ରନରେ ଦଳ ଦ୍ୱିତୀୟ ଓ୍ୱିକେଟ୍ ହରାଇଥିଲା ।୧୬୬ରନରେ ତୃତୀୟ ଓ୍ୱିକେଟ୍ ପରେ ବ୍ୟାଟିଂ ପାଇଁ ଆସିଥିଲେ ହ୍ୟାରି ବ୍ରୁକ୍ । ଆଉ ଖେଳିଥିଲେ ବିସ୍ଫୋରକ ଇନିଂସ । ତାଙ୍କୁ ସାଥ୍ ଦେଇଥିଲେ ଅଭିଜ୍ଞ ବ୍ୟାଟର ଜୋ ରୁଟ୍ । ରୁଟ୍ ମଧ୍ୟ ଶତକ ହାସଲ କରିଥିଲେ ।

ପ୍ରଥମ୪୦ବଲରୁ ହାଫ୍ ସେଞ୍ଚୁରୀ ଲଗାଇଥିଲେ ହ୍ୟାରି ବ୍ରୁକ୍ । ଏଥିରେ ତିନି ଚଉକା ଏବଂ ତିନୋଟି ଛକା ସାମିଲ ଥିଲା । କିନ୍ତୁ ଏହାପରେ ସେ ଗିଅର୍ ବଦଳାଇଥିଲେ । ପରବର୍ତ୍ତୀ୧୭ବଲରେ ସେ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରି ଶତକ ପୂରା କରିଥିଲେ । ସେ ମୋଟ୍୬୬ବଲ୍ ଖେଳି୧୩୬ରନର ଧୂଆଁଧାର ଇନିଂସ ଖେଳିଥିଲେ । ଯେଉଁଥିରେ୧୧ଚଉକା ଏବଂଛକା ସାମିଲ ଥିଲା ।

ହ୍ୟାରି ଏବଂ ରୁଟଙ୍କ ଶତକ ବଳରେ ଇଂଲଣ୍ଡ ଟିମ୍୩୫୭ରନର ବିଶାଳ ସ୍କୋର ଠିଆ କରିଥିଲା । ଜବାବରେ ଶ୍ରୀଲଙ୍କା ରନ୍ ଚେଜ୍ କରିବାରେ ବିଫଳ ହୋଇ୫୩ରନ୍ ପଛରେ ରହିଯାଇଥିଲା ।