ଭୁବନେଶ୍ବର ୧୨।୮: ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଥିବା ଗୋବର୍ଦ୍ଧନ ମଠର ଜବରଦଖଲ ଜମିକୁ ଫେରାଇବାକୁ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ଜଣେ ଅତିରିକ୍ତ ତହସିଲଦାର, ଅମିନ ଏବଂ ଆରଆଇ ନିଯୁକ୍ତ ହେବେ । ଅଗଷ୍ଟ ସୁଦ୍ଧା ଆରମ୍ଭ ହେବ ପ୍ରକ୍ରିୟା । ୧୯୨୭ ବନ୍ଦୋବସ୍ତ ଅନୁସାରେ ଗୋବର୍ଦ୍ଧନ ମଠର ଜମି ଚିହ୍ନଟ କରି ଜବରଦଖଲ ମୁକ୍ତ କରାଯିବ ।

ଏହା ସହ ପୂର୍ବ ଶଙ୍କରାଚାର୍ଯ୍ୟ ମାନଙ୍କର ସମାଧିସ୍ଥଳକୁ ମଧ୍ୟ ଜବରଦଖଲ ମୁକ୍ତ କରାଯିବ । ମହୋଦଧି ଆଳତିକୁ ଭବ୍ୟ ଏବଂ ଦିବ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ଗଙ୍ଗା ଆଳତି ଭଳି ହେବ ବ୍ୟବସ୍ଥା । ଏଥି ପାଇଁ ଡିପିଆର ପ୍ରସ୍ତୁତ ହୋଇଛି । ଏହା ସହ ମଠର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମଧ୍ୟ ଖୁବ୍ଶୀଘ୍ର ଫଣ୍ଡ ଘୋଷଣା ହେବ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ବୈଠକରେ ଆଇନ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଗୋବର୍ଦ୍ଧନ ମଠର ପ୍ରତିନିଧି ଦଳ ସାମିଲ ଥିଲେ ।