ସମ୍ବଲପୁର ୧୩।୦୮ : ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର । ସମ୍ବଲପୁର ସଦର ଥାନା ପୋଲିସର ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରବିବାର ଭୋର ସମୟରେ ସୁଡୁଙ୍ଗା ଜଙ୍ଗଲ ନିକଟରେ ଏହି ଏନକାଉଣ୍ଟରର ହୋଇଛି । ଏଥିରେ କୁଖ୍ୟାତ ଅପରାଧୀ ସୁନାପାଲିର ମହମ୍ମଦ ଇରଫାନ୍ ଗୁରୁତର ଆହତ ହୋଇଛି। କେନାଲ ରୋଡରେ ଏକ ମୋଟରସାଇକେଲରେ ଇରଫାନ୍ ତା’ର ୨ ଜଣ ସହଯୋଗୀଙ୍କ ସହ ଯାଉଥିବା ବେଳେ ପୋଲିସ ଚଢ଼ଉ କରିଥିଲା। ପୋଲିସ ୨ ଜଣ ସହଯୋଗୀଙ୍କୁ କାବୁ କରିନେଇଥିବା ବେଳେ ଇରଫାନ୍ ଖସିବାକୁ ଚେଷ୍ଟା କରି ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ୨ ରାଉଣ୍ଡ ଗୁଳିଚାଳନା କରାଯାଇଥିଲା ।

Also Read:-ନେପାଳ ବନ୍ୟା : ୧୩୮୫ରେ ପହଁଚିଲା ମୃତ୍ୟୁସଂଖ୍ୟା, ଏବେବି ୫ହଜାର ନିଖୋଜ

ସେହିପରି ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ଗୁଳି, ୩ଟି ଖାଲି ଖୋକା ଏବଂ ମୋଟରସାଇକେଲ ଜବତ କରାଯାଇଛି। ଆହତ ଇରଫାନ୍ କୁ ବୁର୍ଲା VIMSAR ମେଡିକାଲରେ ଭର୍ତ୍ତି କରାଯାଇଛି। ତା’ ନାଁରେ ଡକାୟତି, ରାହାଜାନି ଓ ନିଶାଦ୍ରବ୍ୟ କାରବାର ଭଳି ୨୪ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ରହିଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।