ଝାରସୁଗୁଡ଼ା ୧୨।୯: ସୁନା ଦୋକାନରୁ ବଡ଼ ଧରଣର ଲୁଟ୍ । ସୁନା ଦୋକାନରୁ ଲୁଟି ନେଲେ ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର । ଝାରସୁଗୁଡା ସହର ମଧ୍ୟରେ ଥିବା ମଙ୍ଗସପୁରିଆ ସୁନା ଦୋକାନ ପଛ ପଟ କାନ୍ଥ ତାଡି ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ ।

Also Read:- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ, ଜେଲ୍ ଗଲେ ଅବକାରୀ ଅଧୀକ୍ଷକ ; ୯୩ ଲକ୍ଷର ଆୟ ବହିର୍ଭୂତ ସମ୍ପତ୍ତି ଠାବ

ଶୁକ୍ରବାର ରାତିରେ ଦୁର୍ବୃତ୍ତ ମାନେ ଦୋକାନର ପଛ ପଟ କାନ୍ଥ ତାଡି ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ସୁନାଗହଣା ଲୁଟି ନେଇଥିବା ସହ ଦୋକାନର CCCTV ଡିଭିଆ ଲୁଟି ନେଇଛନ୍ତି । ଶନିବାର ସକାଳୁ ଦୋକାନ ମାଲିକ ଦୋକାନ ଖୋଲିବା ପରେ ଏହା ଦେଖି ଝାରସୁଗୁଡା ଟାଉନ ଥାନାରେ ଖବର ଦେବା ପରେ ଘଟଣାସ୍ଥଳରେ ଜିଲ୍ଲା ଏସ୍ପି, ଏସ୍ଡିପିଓଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି ।

Watch Video: