ଭୁବନେଶ୍ୱର ୨୭।୦୫ : ଭୁବନେଶ୍ବରରେ ନିଶା ମାଫିଆକୁ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ତଥା ଡ୍ରଗ୍ସ ଡିଲର୍ ପୁପୁନ ମାଝୀକୁ ଏନକାଉଣ୍ଟର କଲା ସ୍ପେଶାଲ କ୍ରାଇମ ୟୁନିଟ୍। ଇନ୍ଫୋଭାଲି ଅଞ୍ଚଳରେ ପୁପୁନ୍ ସହ ପୋଲିସ ମୁହାମୁହିଁ ହୋଇଥିଲା। ପୋଲିସକୁ ଗୁଳି କରି ଖସି ଯାଉଥିବା ବେଳେ ସ୍ପେସାଲ କ୍ରାଇମ୍ ୟୁନିଟ୍ କବଳରୁ ବର୍ତ୍ତି ପାରି ନଥିଲା ପୁପୁନ୍। ତା ପାଖରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ।

ଖବର ଅନୁଯାୟୀ, ଅପରାଧୀ ପୁପୁନ ଘର ଗଞ୍ଜାମ ବୁଗୁଡା ଅଞ୍ଚଳରେ। ତା ନାଁରେ ଗଞ୍ଜାମ ଜିଲ୍ଲାରେ ୨୦ରୁ ଅଧିକ ସଙ୍ଗୀନ ମାମଲା ରହିଛି। ରାଜଧାନୀରେ ମଧ୍ୟ ପୁପୁନ ନାଁରେ ଏକାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। । ଇନ୍ଫୋଭାଲି ଅଞ୍ଚଳରେ ପୁପୁନ୍ ସହ ପୋଲିସ ମୁହାମୁହିଁ ହୋଇଥିଲା। ପୋଲିସକୁ ଗୁଳି କରି ଖସି ଯାଉଥିବା ବେଳେ ସ୍ପେସାଲ କ୍ରାଇମ୍ ୟୁନିଟ୍ କବଳରୁ ବର୍ତ୍ତି ପାରି ନଥିଲା ପୁପୁନ୍।.

Also Read:-Virat Kohli IPL 2026 600 Runs Record: ଆଇପିଏଲ୍‌ ଇତିହାସରେ କିଙ୍ଗ୍ କୋହଲିଙ୍କ ମହା ରେକର୍ଡ, କ୍ରମାଗତ ୪ଟି ସିଜନରେ ୬୦୦+ ରନ୍ ପାର

ସେହିପରି ପୁପୁନ ନିକଟରୁ ଗୋଟିଏ ପିସ୍ତଲ ୫ ରାଉଣ୍ଡ ଅଫୁଟା ଗୁଳି ଓ ବାଇକ ଜବତ କରାଯାଇଛି। ପୋଲିସ ଗୁଳିରେ ଆହତ ପୁପୁନକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ। ତେବେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ SCB ମେଡିକାଲ୍ ପଠାଇ ଦିଆଯାଇଛି।