ନୂଆଦିଲ୍ଲୀ, ୦୭/୦୯ : ଥରିଲା ଆଫଗାନିସ୍ତାନ । ଭୂମିକମ୍ପରେ ଥରିଲା ଭାରତର ଏହି ପଡୋଶୀ ଦେଶ । ସୋମବାର ସକାଳେ ଆଫଗାନିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ ହୋଇଛି ।

ରିପୋର୍ଟ ଅନୁସାରେ, ଭାରତୀୟ ସମୟ ୫ଟା ୩୬ରେ ଆଫଗାନିସ୍ତାନରେ ଭୂମିକମ୍ପ ହୋଇଛି । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଣରୁ ୧୩୦ କିମି ଗଭୀରରେ ଥିଲା । ଗଭୀରତା ଅଧିକ ହେବା କାରଣରୁ ଭୂମିକମ୍ପ ବାବଦରେ ଅଧିକ ତଥ୍ୟ ମିଳିପାରି ନାହିଁ ।

Also Read :- ପାହାଡ଼ ଉପରେ ଫସିଗଲେ ଛାତ୍ର, ୫ ଘଣ୍ଟା ପରେ ଉଦ୍ଧାର : ରେସକ୍ୟୁ ଅପରେସନ ବେଳେ ବାହାରିଲା ବିରାଟ ସାପ !

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଭୂମିକମ୍ପ ବେଳେ ଅନେକ ଶୋଇଥିଲେ । ଝଟକା ଲାଗିବା ପରେ ସେମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ତେବେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନି । କମ୍ ତୀବ୍ରତା କାରଣରୁ କେହି ମୃତାହତ ହୋଇ ନାହାଁନ୍ତି । ହେଲେ କିଛି ଘର କାନ୍ଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟ ଭାରତର ଉତ୍ତର ଏବଂ ଉତ୍ତର ପଶ୍ଚିମରେ ଥିବା ଦେଶରେ ଅଧିକ ଭୂମିକମ୍ପ ହେଉଛି । ପ୍ରଥମେ ନେପାଳ, ଚାଇନାରେ କିଛି ଦିନ ତଳେ ଝଟକା ଲାଗିଥିଲା । ଏବେ ଆଫଗାନିସ୍ତାନ ଥରି ଉଠିଛି ।