ଭୁବନେଶ୍ୱର ୨୪।୨: ଏଣିକି ଏନ୍ଏଚ୍ ୧୬ରେ ଗାଡ଼ି ଚାଳନା ସହଜ ଓ ଦୁର୍ଘଟଣାମୁକ୍ତ ହେବ । ୫୩୦ କି.ମି. ଦୂର ଯାଏ ଲମ୍ବିଥିବା ଏନ୍ଏଚ୍ ସାରା ବିଶାଳକାୟ ସାଇନ୍ ବୋର୍ଡ ଲାଗିବ । ରାସ୍ତା ସାରା ରୋଡ ଷ୍ଟଡ୍ ଓ ମେଡିଆନ୍ ଖଞ୍ଜାଯିବ । ଗୁରୁତ୍ଵପୂର୍ଣ୍ଣ ଛକ, ଟ୍ରାଫିକ୍ ପୋଷ୍ଟରେ ହାଇମାଷ୍ଟ ଲାଇଟ୍ ଝଲସିବ ।

ଏ ଖବର ବି ପଢ଼ନ୍ତୁ:- ଶୈଳବାଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର, କଲେଜ ଭିତରକୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା

ଏନ୍ଏଚ୍-୧୬ର ନିରାପତ୍ତା ଓ ଦୃଶ୍ୟମାନତା ବାବଦକୁ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ)ର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ବର, କଟକ, ଖୋର୍ଦ୍ଧା, ଭଦ୍ରକ ବାଲେଶ୍ବର ଯାଏ ନୂଆ ସାଇନ୍ ବୋର୍ଡ ଲାଗିବ । ଗ୍ୟାଣ୍ଟ୍ରି ପୋଲ୍‌ରେ ନିର୍ମିତ ବିଶାଳକାୟ ସାଇନ୍ବୋର୍ଡରେ ଗନ୍ତବ୍ୟସ୍ଥଳର ଦୂରତା ସହ ଅନ୍ୟାନ୍ୟ ତଥ୍ୟ ରହିବ ।

ଏ ଖବର ବି ପଢ଼ନ୍ତୁ:- ଲଭ୍ କେଲିୟେ କୁଛ୍ ଭି କରେଗା...ନବବଧୂ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ

ଏହି ସାଇନ୍‌ବୋର୍ଡର ତଥ୍ୟ ୧୦୦ ମିଟର ଦୂରରୁ ମଧ୍ୟ ଦୃଶ୍ୟମାନ ହେବ । ରାସ୍ତାରେ ବିଭିନ୍ନ ସମ୍ବେଦନଶୀଳ ପଏଣ୍ଟ ଓ ବ୍ଲାକ୍ ସ୍ପଟ୍‌ରେ ଫ୍ଲେକ୍ସିବଲ୍ ମେଡିଆନ ମାର୍କର ଓ ଷ୍ଟଡ୍ ଖଞ୍ଜାଯିବ । ଫଳରେ ଏନ୍ଏଚ୍- ୧୬ରେ ଦୁର୍ଘଟଣାର ମାତ୍ରାକୁ କମାଯାଇ ପାରିବ । ଟ୍ରାଫିକ୍ ସମସ୍ୟା ମଧ୍ୟ ଅନେକାଂଶରେ ଦୂର ହୋଇପାରିବ ବୋଲି ଏନ୍ଏଚ୍ଏଆଇ ଆଶା ରଖିଛି ।