ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଉପରେ ଜୋରଦାର ଆକ୍ରମଣ କଥା କହିଛନ୍ତି । ଟ୍ରୁଥ୍ ସୋସିଆଲର ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ଇରାନର ମିଲିଟ୍ରୀ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇସାରିଛି । ଏହାର ଅଧିକାଂଶ ଅଂଶ ଯେପରି କି ନୌସେନା ଏବଂ ବାୟୁ ସେନାର ଏବେ ଅସ୍ତିତ୍ୱ ନାହିଁ ।

ଟ୍ରମ୍ପ କହିଛନ୍ତି, ଇରାନ କେବଳ ଆଲୋଚନା କରିବାକୁ ଚାହୁଁଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ଥିତିରେ ନାହିଁ । ପଶ୍ଚିମ ଏସିଆର ଦବଙ୍ଗ ଏବେ ଶେଷ ହୋଇଯାଇଛି । ଟ୍ରମ୍ପ ଇରାନ ସହ ଏକ ସମ୍ଭାବିତ ବୁଝାମଣାର ଉଲ୍ଲେଖ କରି କହିଛନ୍ତି, "ସେମାନେ ଏପରି ବୁଝାମଣା ଉପରେ ଆଲୋଚନା କରିବାରେ ବିଳମ୍ୱ କରିଦେଇଛନ୍ତି, ଯାହା ସେମାନଙ୍କ ପାଇଁ ଲାଭଦାୟକ ହୋଇପାରିଥାନ୍ତା । ଏବେ ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ।"

​​​​​​​

ମଧ୍ୟପ୍ରାଚ୍ୟରେ ଉତ୍ତେଜନାର ନୂଆ ଧାରା ବୁଧବାର ସକାଳେ ହୋଇଥିବା ଏୟାରଷ୍ଟ୍ରାଇକ୍ ପରେ ହୋଇଛି । ଆମେରିକା ନିଜର ଏକ ଆଟାକ ହେଲିକପ୍ଟର କ୍ରାଶ ପାଇଁ ଇରାନକୁ ଦାୟୀ କରି ବୁଧବାର ସକାଳେ ଏୟାରଷ୍ଟ୍ରାଇକ୍ ଆରମ୍ଭ କରିଥିଲା । ଆମେରିକା ଅଧିକାରୀ ଦାବି କରିଥିଲେ, ହେଲିକପ୍ଟର ସହ ଏକ ଇରାନୀ ଡ୍ରୋନ ମାଡ଼ ହୋଇଥିଲା । ଏହାର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଆମେରିକାର ଆକ୍ରମଣ ପରେ ଇରାନ ମଧ୍ୟ ପାଲଟା ଆକ୍ରମଣ ଜୋର କରିଛି ।

ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ସୈନ୍ୟ ଗତିବିଧି ପୂରା ମଧ୍ୟପ୍ରାଚ୍ୟରେ ଅସୁରକ୍ଷିତ ପରିବେଶ ସୃଷ୍ଟି କରିଛି । ଇରାନ ପକ୍ଷରୁ ବାହାରିନ ଏବଂ କୁଏତର ଅନେକ ସ୍ଥାନକୁ ଟାର୍ଗେଟ୍ କରାଯାଇଛି, ଯାହା ପରେ ଦୁଇ ଦେଶରେ ଆଲର୍ଟ ଜାରି କରାଯାଇଛି । ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଆକ୍ଟିଭ କରିଦିଆଯାଇଛି ଏହଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି ।