ନୂଆଦିଲ୍ଲୀ: ୨୦୨୬ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା। ଏହି ଉପନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଡେମୋକ୍ରାଟିକ ପାର୍ଟି। ତେବେ ପରାଜୟ ପରେ ବି ଚିନ୍ତିତ ନୁହନ୍ତି  ଆମେରିକା ରାଷ୍ଟ୍ରପତି। ଓଲଟା ଟ୍ରମ୍ପ ବିତଣ୍ଡା ଯୁକ୍ତି ବାଢିଛନ୍ତି। ତାଙ୍କ କହିବା କଥା ଯଦି ସେ ନିଜେ ଏହି ନିର୍ବାଚନ ଲଢିଥାନ୍ତେ ତେବେ ରିପବ୍ଲିକାନ ପାର୍ଟିକୁ ବିପୁଳ ବିଜୟ ମିଳିଥାନ୍ତା।  ଉଲ୍ଲେଖନୀୟ ନିର୍ବାଚନ ସମୟରେ ଟ୍ରମ୍ପ ରିପବ୍ଲିକାନ ପ୍ରାର୍ଥୀଙ୍କ ପାଇଁ ଖୁବ୍ ପ୍ରଚାର କରିଥିଲେ। ଲାଗୁଥିଲା ଯେମିତି ଟ୍ରମ୍ପ ନିର୍ବାଚନ ଲଢୁଛନ୍ତି।

ଟ୍ରମ୍ପ ପ୍ରଚାର ଅଭିଯାନ ସମୟରେ କହୁଥିଲେ ଯେ, ଭୋଟର ଭାଇ ଭଉଣୀ ଆପଣ ଏହା ଭାବି ଚାଲନ୍ତୁ ଯେ, ମୁଁ ନିଜେ ନିର୍ବାଚନ ଲଢୁଛି। ତେଣୁ ସେହି ହିସାବରେ ରିପବ୍ଲିକାଲନର ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ। ସେ ଏହା ମଧ୍ୟ କହିଥିଲେ, ସେ ଏବେ ରାଜନୈତିକ ବିଶେଷଜ୍ଞ ଦାୟିତ୍ଵ ତୁଲାଇବେ ଏବଂ ଜଣାଇବେ ଯେ, ରିପବ୍ଲିକାନର ପ୍ରାର୍ଥୀ କାହିଁକି ହାରିଲେ।

Also Read: ଟ୍ରମ୍ପଙ୍କ ପରାଜୟକୁ ନେଇ ଦୀପକେଙ୍କ ତାର୍ତ୍ସଲ୍ୟ, କହିଲେ- ୟୁଏସ ରାଷ୍ଟ୍ରପତିଙ୍କୁ ଦରକାର ଜ୍ଞାନେଶ କୁମାର

ଟ୍ରମ୍ପଙ୍କ ବିତଣ୍ଡା ତର୍କ

ଟ୍ରମ୍ପ ଟ୍ରୁଥରେ ନିଜର ପୋଷ୍ଟରେ ବିତଣ୍ଡା ତର୍କ ଦେଇଛନ୍ତି। ସେ ଲେଖିଛନ୍ତି, ବାଲାଟ୍ ପେପରରେ ମୋ ଫଟୋ ନ ଥିଲା। ଯଦି ଥାଆନ୍ତା ପାର୍ଟି ବିପୁଳ ବ୍ୟବଧାନରେ ନିର୍ବାଚନ ଜିତିଥାନ୍ତା। ଏହି ପ୍ରସଙ୍ଗରେ ଧ୍ୟାନ  ଆକର୍ଷିତ କରିଥିବାରୁ ସମର୍ଥକଙ୍କୁ ଧନ୍ୟବାଦ। ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, ମୁଁ ରାଜନୈତିକ ବିଶେଷଜ୍ଞ ହେବାକୁ ଯାଉଛି। ମୁଁ ଜଣାଇବି ଯେ, ଆମ ଦଳର ପ୍ରାର୍ଥୀ କାହିଁକି ଏବଂ କେଉଁ କାରଣରୁ ନିର୍ବାଚନ ହାରିଲେ।

ଭିଟୋ ଓ କାର୍ଯ୍ୟକାରୀ ଆଦେଶ ଉପରେ ନିର୍ଭର

ଉପନିର୍ବାଚନରେ ପରାଜୟ ପରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ସିନେଟ୍ ଓ ପ୍ରତିନିଧି ସଭା ଉଭୟରୁ ନିଜର କତୃତ୍ଵ ଅର୍ଥାତ ନିୟନ୍ତ୍ରଣ ହରାଇଛନ୍ତି। ଏବେ ନିଜର ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ  ଭିଟୋ ଓ କାର୍ଯ୍ୟକାରୀ ଆଦେଶ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ। ପରାଜୟ ପରେ ବି ହ୍ଵାଇଟ୍ ହାଉସ ପକ୍ଷରୁ ଏହି ସନ୍ଦେଶ ଦେବାକୁ ଉଦ୍ୟମ କରାଯାଉଛି ଯେ, ଏହି ପରାଜୟରେ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Also Read: ଇସ୍ରାଏଲକୁ ଆଉ ସହାୟତାର ଆବଶ୍ୟକତା ନାହିଁ... ଟ୍ରମ୍ପଙ୍କ ବଡ଼ ଘୋଷଣା 

ଜଣେ ଅଧିକାରୀ ଟ୍ରମ୍ପଙ୍କ ସମର୍ଥନରେ କହିଛନ୍ତି ଯେ, ଯେବେ ରାଷ୍ଟ୍ରପତି ନିଜେ ନିର୍ବାଚନ ଲଢିଥାନ୍ତେ ତେବେ ତାଙ୍କ ସମର୍ଥକ ବଡ଼ ସଂଖ୍ୟାରେ ଭୋଟ୍ ଦେବାକୁ ଆସିଥାନ୍ତେ। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପ ରିପବ୍ଲିକାନ ପ୍ରାର୍ଥୀଙ୍କ ତୁଳନାରେ ଭଲ ପ୍ରଚାର କରିଛନ୍ତି। ଆଜିର ଫଳାଫଳ ଯାହା ବି ହେଉ ଚରମ ବାମପନ୍ଥୀଙ୍କ ମୁକାବିଲା ପାଇଁ ଟ୍ରମ୍ପଙ୍କ ସଂକଳ୍ପ ଆହୁରି ମଜବୁତ ହେବ। ଆଗାମୀ ସମୟ ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ।