ଉଦଳା: ଉଈ ହୁଙ୍କାରେ ପଶିଲେ, ଭୋଜିଭାତ ଦେଲେ ଆଉ ନିଜ ଧର୍ମକୁ ଫେରିଲେ। ବାରମ୍ବାର ଶରୀର ଅସୁସ୍ଥ ହେଉଥିବା ବେଳେ ଏହାର ସୁଯୋଗ ଉଠାଇଥିଲେ ଅନ୍ୟ ଧର୍ମର ଲୋକେ। ଆଉ ଧର୍ମ ପରିବର୍ତ୍ତନ କରିଲେ ଦେହ ସୁସ୍ଥ ହେବା ସହିତ ସବୁଠିକ ହୋଇଯିବ କହି ଧର୍ମ ପରିବର୍ତ୍ତନ କରାଇଥିଲେ। ଶେଷରେ ଏହି ମିଛ ବାହାନାକୁ ବୁଝିପାରି ପୁଣି ନିଜ ଧର୍ମ କୁ ଫେରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ଜଡିଦା ପଞ୍ଚାୟତ ପଥରଖଣି ଗ୍ରାମରେ।

ଗ୍ରାମର ଭାଟୁ ମାରାଣ୍ଡି ନିଜ ପରିବାର ସହିତ ୩ ବର୍ଷ ପୂର୍ବେ ଅନ୍ୟ ଧର୍ମକୁ ପରିବର୍ତ୍ତନ ହୋଇଥିଲେ। କିନ୍ତୁ ଧର୍ମ ପରିବର୍ତ୍ତନ ସମୟରେ ତାଙ୍କୁ କୁହାଯାଇଥିବା ସମସ୍ତ କଥା ମିଛ ବୋଲି ଜାଣିବା ପରେ ପୁଣି ନିଜ ଧର୍ମକୁ ଫେରିଛନ୍ତି।

also read-  ଅଧାରାସ୍ତାରେ ବାଇକରୁ ସରିଗଲା ପେଟ୍ରୋଲ, ଚାଲିଗଲା ଯୁବକଙ୍କ ଜୀବନ

ନିଜ ଧର୍ମକୁ ଫେରିବା ପାଇଁ ଗାଁ ମୁଖିଆଙ୍କ ଉପସ୍ଥିତିରେ ସମସ୍ତ ନିୟମ ପାଳନ କରିଥିଲେ। ଗାଁରେ ନିୟମ ଅନୁସାରେ ଭୋଜିଭାତ ସହିତ ୩ ଗୋଟି ହାଣ୍ଡିଆ ହାଣ୍ଡି, ୫ ଗୋଟି କୁକୁଡ଼ା, ଛେଳି ଆଦି ଦେବା ସହିତ ଏକ ଉଈ ହୁଙ୍କା ଭିତରେ ପଶି ବାହାରିଥିଲେ ପୁରା ପରିବାର। ଆଉ ତା ପରେ ପୁରା ପରିବାର ସାର୍ନା ଧର୍ମକୁ ଫେରିଛନ୍ତି।