ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସରେ ବିବାଦ ଥମୁ ନଥିବା ବେଳେ ଏବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ପୁଣି ଏକ ନୂଆ ବିବାଦ ଛିଡ଼ା କରିଛନ୍ତି। ତାଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ସେ ଏକ ଆପଲ ଖାଇ ଅଇଣ୍ଠା ଆପଲକୁ ଲୋକଙ୍କ ଆଡ଼କୁ ଫିଙ୍ଗି ଦେଉଛନ୍ତି।

ଶିବକୁମାରଙ୍କର ଏପରି ଆଚରଣକୁ ନାନା ପ୍ରକାର ଅର୍ଥ ଖୋଲି ବିରୋଧୀ ସମାଲୋଚନା କରୁଛନ୍ତି। ଶିବ କୁମାର ଅଇଁଠା ଆପଲ ଲୋକଙ୍କୁ ଖାଇବା ପାଇଁ ପିଙ୍ଗି ଦେଲେ ବୋଲି ବିରୋଧୀ କହୁଛନ୍ତି। କନକପୁରା ହୋରହଲିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିବ କୁମାର ଏଭଳି ଆଚରଣ ଦେଖାଇଛନ୍ତି। ଶିବ କୁମାରଙ୍କର ଏଭଳି ଆଚରଣ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।ଏକ କାର୍ଯ୍ୟକ୍ରମ ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶିବକୁମାର କନକପୁରାର ହରହଲିକୁ ଯାଇଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ ସ୍ଥାନୀୟ ଲୋକେ ଏକ ବଡ଼ ଫୁଲ ମାଳ ତିଆରି କରିଥିଲେ। ଯେଉଁଥିରେ ଆପଲ ବି ଗୁନ୍ଥା ଯାଇଥିଲା। ଶିବ କୁମାର ସେଇ ଫୁଲମାଳାରୁ ହଠାତ ଏକ ଆପଲ ତୋଳି ଆଣି ତାକୁ ଗାମୁଛାରେ ପୋଛି କଳେ ଖାଇବା ପରେ ସେଇ ଅଇଁଠା ଆପଲକୁ ତାଙ୍କ ସମର୍ଥକଙ୍କ ଭିଡ଼କୁ ଫିଙ୍ଗି ଦେଇଥିଲେ। ସେଇ ଖଣ୍ଡିଆ ଆପଲକୁ ଧରିବା ପାଇଁ ଭିଡ଼ ଭିତରେ ଅନେକ ଲୋକ ଚେଷ୍ଟା କରିଥିଲେ। ଯାହାର ବିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।

ଭିଡିଓକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଛି। କିଛି ସମର୍ଥକ ଏହାକୁ ଲୋକଙ୍କ ପ୍ରତି ଶିବକୁମାରଙ୍କର ସ୍ନେହ ବୋଲି କହୁଥିବା ବେଳେ ଅଇଁଠା ଆପଲକୁ ଲୋକଙ୍କ ଉପରକୁ ଫିଙ୍ଗିବା ନେଇ କିଛି ଲୋକ ସମାଲୋଚନା କରିଛନ୍ତି। ଏଥିରେ ଜଣେ ୟୁଜର ପ୍ରତିକ୍ରିୟା ଦେଇ ଲେଖିଛନ୍ତି “ଶିବ କୁମାର କ’ଣ ନିଜକୁ ଭଗବାନ ଭାବୁଛନ୍ତି? ଆପଲ କଳେ ଖାଇ ଲୋକଙ୍କ ଉପରକୁ ଫିଙ୍ଗିବା କ’ଣ ତାଙ୍କ ଭୋଗ ? ଏହା କି ପ୍ରକାର ଲଜିକ ?”