ଯାଜପୁର ରୋଡ୍: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଡିଜେ ଗାଡ଼ି । ଏଥିରେ ଚାଳକ ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁବାର କଳିଙ୍ଗନଗର ଥାନା ସାରଙ୍ଗପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁଯାୟୀ, ଡିଜେ ଗାଡ଼ିଟି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରୁ ଗଣେଶ ପୂଜା ଭସାଣୀ ସାରି ଭଦ୍ରକ ଅଭିମୁଖେ ଫେରୁଥିଲା । ହେଲେ କଳିଙ୍ଗନଗର ଥାନା ସାରଙ୍ଗପୁର ଛକ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା । ଫଳରେ ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ସମେତ ଅନ୍ୟ ଦୁଇଜଣ ଆହତ ହୋଇଥିବା ବେଳେ, ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛନ୍ତି ।

Also Read: ପ୍ରଶାସନର ବାରଣ ସତ୍ତ୍ୱେ ସମୁଦ୍ରକୁ ଓହ୍ଲାଇଲେ ନାବାଳିକା, ଗାଧୋଉଥିବା ବେଳେ ଭାସିଗଲେ

ତେବେ ଗାଡ଼ିଟି କେଉଁ କାରଣରୁ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ଘଟଣାସ୍ଥଳରେ କଳିଙ୍ଗନଗର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।