ମାଲକାନଗିରି ୧୭।୦୫ : ମିଳିଲାନି ଡିଜେଲ । ଯାହାଫଳରେ ବିଦ୍ୟୁତ ଅଭାବରୁ ଚାଲିଗଲା ପାଞ୍ଚ ହଜାର ତିନି ଶହ କୁକୁଡ଼ାଙ୍କ ଜୀବନ । ମାଲକାନଗିରି ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଗତ କିଛିଦିନ ଧରି ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖା ଦେଇଛି । ଗ୍ରାହକମାନେ ପେଟ୍ରୋଲ ଓ ଡିଜେଲ ପାଇଁ ଲମ୍ବା ଲାଇନରେ ଛିଡା ହେଉଛନ୍ତି । ମୋଟର ସାଇକେଲକୁ ୨୦୦ ଟଙ୍କାର ଓ କାରକୁ ୫୦୦ ଟଙ୍କାର ତେଲ ମିଳୁଥିବା ବେଳେ ବୋରେଲରେ ତେଲ ମିଳୁ ନାହିଁ। ତେବେ ଡିଜେଲର ଅଭାବ ସାଙ୍ଗକୁ ବିଦ୍ୟୁତ ସଂଯୋଗ ନଥିବାରୁ ପାଞ୍ଚ ହଜାର କୁକୁଡ଼ାର ମୃତ୍ୟୁ ହୋଇଯାଇଛି। କୁକୁଡ଼ା ଫାର୍ମ ନିକଟରେ ଥିବା ଟ୍ରାନସଫର୍ମରରେ ଟ୍ରିପ ନେବା ଯୋଗୁଁ ଲାଇନ୍ କଟିଗଲା ଓ ଡିଜେଲର ଅଭାବ ଯୋଗୁଁ ଡିଜି ବି ଚାଲି ନଥିଲା । ଯାହାଫଳରେ ୫୩୦୦ କୁକୁଡ଼ା ମରିଯାଇଛି । ମଲା କୁକୁଡ଼ାର ମୁଲ୍ୟ ୧୫ ଲକ୍ଷ ଟଙ୍କା ହୋଇଥିବା ବେଳେ କୌଣସି କ୍ଷତିପୂରଣ ନପାଇ ମାଲିକ ଏବେ ଚିନ୍ତାରେ ପଡ଼ିଛନ୍ତି ।

Watch Video:-