ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀଙ୍କ ଏସ୍.ଜୟଶଙ୍କରଙ୍କୁ ନେଇ ପ୍ରଚାରିତ ହେଉଥିବା ଏକ ଭିଡିଓର ସତ୍ୟତା ସାମନାକୁ ଆସିଛି । ପ୍ରେସ୍ ଇନଫର୍ମେସନ ବ୍ୟୁରୋ ପକ୍ଷରୁ ଫ୍ୟାକ୍ଟ ଚେକ୍ କରାଯାଇ ଭିଡିଓ ସମ୍ପୂର୍ଣ୍ଣ ମିଛ ଥିବା ସ୍ପଷ୍ଟ କରାଯାଇଛି । ଭିଡିଓରେ କକ୍ରୋଚ ଜନତା ପାର୍ଟି ଉପରେ ବିଦେଶ ମନ୍ତ୍ରୀଙ୍କ ମିଛ ବୟାନକୁ ଭାଇରାଲ୍ କରାଯାଇଥିଲା ।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ “କକ୍ରୋଚ୍ ଜନତା ପାର୍ଟି”ର ହ୍ୟାଣ୍ଡଲର୍‌ମାନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ କହୁଥିବା ଦେଖାଯାଉଛି । ଏହି ଭିଡିଓକୁ ବର୍ତ୍ତମାନ ପ୍ରେସ୍ ଇନଫର୍ମେସନ ବ୍ୟୁରୋ ଦ୍ୱାରା ଫ୍ୟାକ୍ଟ-ଚେକ୍ କରାଯାଇଛି । ପିଆଇବି ସ୍ପଷ୍ଟ କରିଛି ଯେ ଏହି ଭିଡିଓ “ଫେକ୍” ଏବଂ ଏଇ-ଜେନେରେଟେଡ୍ ।

ପିଆଇବି ଫ୍ୟାକ୍ଟ ଚେକ୍ ଅନୁଯାୟୀ, ଫୁଟେଜକୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରୁ ନିଆଯାଇଥିଲା । ପରେ ଏହାକୁ ଏଆଇ ଦ୍ୱାରା ଏଡିଟ୍ କରାଯାଇଥିଲା । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ କ୍ଲିପକୁ ଖଣ୍ଡନ କରି ପିଆଇବି ସ୍ପଷ୍ଟ କରିଛି ଯେ ବୈଦେଶିକ ମନ୍ତ୍ରୀ “ପ୍ରକୃତ ଭିଡିଓରେ ଏପରି କୌଣସି ବୟାନ ଦେଇନାହାନ୍ତି”।

ପିଆଇବି ଫ୍ୟାକ୍ଟ ଚେକ୍ ଏକ୍ସ ପୋଷ୍ଟରେ କହିଛି, “ପ୍ରୋପାଗାଣ୍ଡା ଆକାଉଣ୍ଟଗୁଡ଼ିକ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଏକ ଏଡିଟେଡ୍ ଭିଡିଓ ପ୍ରଚାର କରୁଛନ୍ତି । ଭିଡିଓରେ ସେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କକ୍ରୋଚ୍ ଜନତା ପାର୍ଟିର ହ୍ୟାଣ୍ଡଲର୍‌ମାନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଥିବା ଦାବି କରାଯାଉଛି, କାରଣ ସେମାନେ ଆମେରିକାକୁ ଭାରତ-ବିରୋଧୀ ଆନ୍ଦୋଳନ ପାଇଁ ଏକ ଲଞ୍ଚ ପ୍ଲାଟଫର୍ମ ଭାବେ ବ୍ୟବହାର କରୁଛନ୍ତି ।“