ନୂଆଦିଲ୍ଲୀ: ଡାଇମଣ୍ଡ ପାୱାର ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ (Diamond Power Infrastructure Ltd) ର ସେୟାର ନିବେଶକମାନଙ୍କ ପାଇଁ କୁବେରଙ୍କ ଖଜଣା ସାବ୍ୟସ୍ତ ହୋଇଛି । ଏହା ୫ ବର୍ଷରୁ ବି କମ୍ ସମୟ ମଧ୍ୟରେ ନିବେଶକଙ୍କ ୧ ଲକ୍ଷ ଟଙ୍କାର ନିବେଶକୁ ୧ କୋଟି ଟଙ୍କାରୁ ଅଧିକରେ ପରିଣତ କରିଦେଇଛି । କେବଳ ସେତିକି ନୁହେଁ, ଏହା ୪ ମାସ ମଧ୍ୟରେ ନିବେଶକଙ୍କ ଟଙ୍କାକୁ ଦ୍ୱିଗୁଣିତ ମଧ୍ୟ କରିଦେଇଛି ।

୧ ଲକ୍ଷ ଟଙ୍କାକୁ କଲା ୧ କୋଟି

ଡାଇମଣ୍ଡ ପାୱାର ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌ର ସେୟାର ଶୁକ୍ରବାର ଦିନ ୩.୮୦% ବୃଦ୍ଧି ସହ ୩୩୪.୬୫ ଟଙ୍କାରେ ବନ୍ଦ ହୋଇଥିଲା । ଗତ କାରବାର ସପ୍ତାହରେ ଏହି ସେୟାରରେ ୩.୭୫% ହ୍ରାସ ଏବଂ ଗୋଟିଏ ମାସରେ ୪ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା । କିନ୍ତୁ ଏହା ପୂର୍ବରୁ ଦେଖିଲେ, ଏହା ଏକ ମଲ୍ଟିବ୍ୟାଗର ସାବ୍ୟସ୍ତ ହୋଇଛି ।

୬ ମାସରେ ୧୪୭% ରିଟର୍ଣ୍ଣ

ଏହି ସେୟାର ନିବେଶକମାନଙ୍କୁ ୬ ମାସ ମଧ୍ୟରେ ହିଁ ପ୍ରଚୁର ରିଟର୍ଣ୍ଣ ଦେଇସାରିଛି । ପ୍ରାୟ ୪ ମାସରେ ଏହା ନିବେଶକଙ୍କ ଟଙ୍କା ଦ୍ୱିଗୁଣିତ କରିଦେଇଛି । ଅନ୍ୟପଟେ ୬ ମାସରେ ଏହାର ରିଟର୍ଣ୍ଣ ପ୍ରାୟ ୧୪୭% ରହିଛି । ଯଦି ଆପଣ ୬ ମାସ ପୂର୍ବରୁ ଏଥିରେ ୧ ଲକ୍ଷ ଟଙ୍କା ନିବେଶ କରିଥାନ୍ତେ, ତେବେ ସେହି ଅର୍ଥ ବୃଦ୍ଧି ପାଇ ପ୍ରାୟ ୧.୪୭ ଲକ୍ଷ ଟଙ୍କା ହୋଇସାରିଥାନ୍ତା । ଅର୍ଥାତ୍ ୬ ମାସରେ ୧ ଲକ୍ଷ ଟଙ୍କାର ନିବେଶରେ ଆପଣଙ୍କୁ ୪୭ ହଜାର ଟଙ୍କାର ଲାଭ ମିଳିଥାନ୍ତା ।

୫ ବର୍ଷରେ କଲା କୋଟିପତି

ଏହି ସେୟାର ୫ ବର୍ଷରେ ନିବେଶକମାନଙ୍କୁ କୋଟିପତି କରିଦେଇଛି । ୫ ବର୍ଷ ପୂର୍ବେ ଏହି ସେୟାରର ମୂଲ୍ୟ ପ୍ରାୟ ୨.୭୦ ଟଙ୍କା ଥିଲା । ଏବେ ଏହି ସେୟାର ୩୩୪.୬୫ ଟଙ୍କାରେ ପହଞ୍ଚିଛି । ଏହିପରି ଭାବେ ଏହା ୫ ବର୍ଷରେ ନିବେଶକମାନଙ୍କୁ ୧୨,୩୪୦% ରିଟର୍ଣ୍ଣ ଦେଇସାରିଛି । ୫ ବର୍ଷ ପୂର୍ବେ ଯଦି ଆପଣ ଏଥିରେ ୧ ଲକ୍ଷ ଟଙ୍କା ନିବେଶ କରିଥାନ୍ତେ, ତେବେ ତାହାର ମୂଲ୍ୟ ବୃଦ୍ଧି ପାଇ ଆଜି ୧.୨୪ କୋଟି ଟଙ୍କା ହୋଇସାରିଥାନ୍ତା ।

କ’ଣ କରେ ଏହି କମ୍ପାନି ?

ଡାଇମଣ୍ଡ ପାୱାର ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ଭାରତରେ ବିଦ୍ୟୁତ୍ ଟ୍ରାନ୍ସମିସନ୍ ଏବଂ ଡିଷ୍ଟ୍ରିବ୍ୟୁସନ୍‌ ସହ ଜଡ଼ିତ ଉତ୍ପାଦ ଏବଂ ସେବା ପ୍ରଦାନ କରୁଥିବା ଏକ କମ୍ପାନି । ବିଏସଇର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, କମ୍ପାନିର ମାର୍କେଟ୍ କ୍ୟାପ୍ ୨୦,୦୧୪.୪୫ କୋଟି ଟଙ୍କା ।

 (Disclaimer: ଏଠାରେ ଦିଆଯାଇଥିବା ସୂଚନା କେବଳ ଖବର ପାଇଁ, ନିବେଶ ସମ୍ୱନ୍ଧୀୟ ପରାମର୍ଶ ନୁହେଁ । ନିବେଶକମାନଙ୍କୁ କୌଣସି ନିବେଶ ନିଷ୍ପତ୍ତି ନେବା ପୂର୍ବରୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରିନେବେ ଉଚିତ୍ । )