ଧାମରା ୧୯।୦୭: ଜାଲରେ ପଡିଲା ଇଲିସି । ବେପାରୀ ପୁରା ମାଲେମାଲ୍ । ଭଦ୍ରକ ଜିଲ୍ଲା ଧାମରାର ଚନ୍ଦନପାଳରେ ଗୋଟିଏ ଇଲିସି ୮ ହଜାର ଟଙ୍କାରେ ବିକ୍ରି ହୋଇଛି ।

ଖବର ଅନୁଯାୟୀ, ଲାଲୁ ମଣ୍ଡଳଙ୍କ ବୋଟ୍ ଏହି ୩ କେଜି ୫୦୦ ଗ୍ରାମର ଇଲିସି ମାଛକୁ ଚନ୍ଦନିପାଳ ଏସପି କଣ୍ଟାକୁ ନେଇ ଆସିଥିଲା । ନିଲାମ ଡାକୁଥିଲେ ବିଷ୍ଣୁ ଦାସ । ଡାକ ଆରମ୍ଭ ହୋଇଥିଲା କେଜି ୨୨୫୦ ଟଙ୍କାରୁ । ୧୦ରୁ ଅଧିକ ବ୍ୟକ୍ତି ନିଲାମରେ ଭାଗ ନେଇଥିଲେ । ଶେଷରେ ୮ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ଗୋଟିଏ ଇଲିସି ୮ ହଜାର ଟଙ୍କାରେ ବିକ୍ରି ହୋଇଛି ।

Also Read:-ସତର୍କ ରୁହନ୍ତୁ ! ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ସେପଟେ ଧାମରା ମତ୍ସ୍ୟଜୀବୀଙ୍କ କହିବା କଥା ଆଉ ଆଗ ଭଳି ଆଉ ଜାଲରେ ଇଲିସି ପଡ଼ୁନାହାନ୍ତି। ଯେତିକି ମାଛ ଧରୁଛୁ ତା ଦର ଚଢ଼ା ରହୁଛି। କିଲୋ ପିଛା ୨୨ ଶହରୁ ଅଧିକ ଦର ରହୁଛି।