ଭୁବନେଶ୍ୱର ୨୫।୧୨: ଚାନ୍ଦବାଲିରେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଡିଜିଙ୍କ ବଡ଼ ବୟାନ। ଦୁଷ୍କର୍ମ ଓ ହତ୍ୟା ମାମଲାକୁ ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଚାନ୍ଦବାଲି ଥାନା ରାମପଲ୍ଲୀ ଗାଁର ସତ୍ୟବ୍ରତ ଦାସ ।ଅଭିଯୁକ୍ତକୁ ଜଗତସିଂହପୁରରୁ ବାନ୍ଧିଛି ପୋଲିସ । ଏହି ମାମଲାର ତ୍ବରିତ୍ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଡିଜିପି କହିଛନ୍ତି । 

ମଙ୍ଗଳବାର ଦିନ ଭଦ୍ରକ ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକା ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କ କୌଣସି ପତ୍ତା ମିଳିନଥିଲା । ଶେଷରେ ସଂଧ୍ୟା ସମୟରେ ନାବାଳିକାଙ୍କ ମୃତଦେହ ଏକ ବୁଦାରୁ ଠାବ କରାଯାଇଥିଲା । ପାରିପାଶ୍ୱିର୍କ ସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେପଟେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ରୋକ କହିଥିଲେ । ଶେଷରେ ପୋଲିସ ବିଭିନ୍ନ ଟିମ୍‌ ଗଠନ କରି ଅନେକ ସ୍ଥାନରେ ଚଢାଉ କରିଥିଲା । ଜଗତସିଂହପୁରର ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କିଛି ସାଥୀଙ୍କୁ ବାନ୍ଧିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଭଦ୍ରକ ପୋଲିସ ଥାନାରେ ଅଟକ ରଖି ଜେରା କରିଥିଲା ।

ସେପଟେ ଚାନ୍ଦବାଲି ଘଟଣାକୁ ରାଜନୀତି ମଧ୍ୟ ଜୋର । ନ୍ୟାୟ ଦାବିରେ ବିଜେଡି  ଓ କଂଗ୍ରେସ ପକ୍ଷରୁ ଆନ୍ଦୋଳନା କରାଯାଇଥିଲା । ଏପିରିକି ବିଜେଡି ଗୁରୁବାର ଦିନ ୬ ଘଣ୍ଟା ଚାନ୍ଦବାଲି ବନ୍ଦ ଡାକରା ଦେଇଥିଲା । ଆଉ ଏବେ କଂଗ୍ରେସ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛି