ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ଗ୍ରାମ ନିକଟରେ ବୋଲେରୋ- ବାଇକ ମଧ୍ୟରେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି  ମଟରସାଇକଲ ଆରୋହୀ  ଭାଟସିଂହ ଗ୍ରାମର ବାସିନ୍ଦା କପିଳେଶ୍ଵର ଧଳଙ୍କ ପୁଅ ୫୦ ବର୍ଷ ବୟସ୍କ ଜିତେନ୍ଦ୍ର ଧଳ । ମୃତ ଜିତେନ୍ଦ୍ର ଗୌଡସୁଗୁଡା ଗ୍ରାମ ହାଇସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।

ସୂଚନା ଅନୁଯାୟୀ,  ଜିତେନ୍ଦ୍ର କଣ୍ଢଳ ଗ୍ରାମରେ ଥିବା ଗ୍ୟାସ ଏଜେନ୍ସିକୁ ଆସି ଗ୍ୟାସ ଟାଙ୍କି ଧରି ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ କଣ୍ଢଳ ଗ୍ରାମ ଡାଇମଣ୍ଡ ଛକ ନିକଟରେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସେ ଗୁରୁତର ଆହତ ହୋଇଥିବା ବେଳେ ଉପସ୍ଥିତ ଲୋକ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ। ଦେବଗଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Also Read: ଆବାସ ହିତାଧିକାରୀଙ୍କୁ ଟଙ୍କା ମାଗିବା ମହଙ୍ଗା ପଡ଼ିଲା, ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଶାନ୍ତ ଭଟ୍ଟ​​​​​​​

ଦେବଗଡ ଆଦର୍ଶ ଥାନା ପୋଲିସ ମୃତଦେହ ଉଦ୍ଧାର କରିବା ସହ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିଛନ୍ତି। ମୃତଦେହ ଦେବଗଡ ଡାକ୍ତରଖାନାର ଶବ ସଂରକ୍ଷଣ ଗୃହରେ ରଖାଯାଇଥିବା ବେଳେ ଆସନ୍ତା କାଲି ବ୍ୟବଛେଦ କରାଯିବ।