ଭୁବନେଶ୍ୱର ୧୧।୦୪ : ଓଡ଼ିଶାରେ ଦିଲ୍ଲୀ ପୋଲିସ । ରାଜଧାନୀରୁ ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଭୁବନେଶ୍ୱର ୟୁନିଟ-୬ ଅଞ୍ଚଳରେ ଥିବା ଶେଖ୍ ଇମ୍ରାନକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଦେଶ ବିରୋଧରେ ସୋସିଆଲ୍ ମିଡ଼ିଆରେ ପ୍ରଚାର କରୁଥିବା ଅଭିଯୋଗରେ ଗିରଫ କରିଛି ଦିଲ୍ଲୀ ପୋଲିସ ।

ଖବର ଅନୁଯାୟୀ, ଭୁବନେଶ୍ବରରୁ ଆସିଲା ବଡ଼ ଖବର। ଇମ୍ରାନ୍ ନାମକ ଜଣେ ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ପୋଲିସ୍। ଭୁବନେଶ୍ବର କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଭୁବନେଶ୍ବରରେ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଏହି ଯୁବକଙ୍କୁ ଗିରଫ କରିଛି । ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଉକ୍ତ ଯୁବକଙ୍କୁ ଉଠାଇ ନେଇଛି। ୟୁନିଟ୍-୬ ଅଞ୍ଚଳରୁ ଏକ ସରକାରୀ କ୍ୱାର୍ଟରରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ସେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ଜଡିତ ଥିବା ଅନୁମାନ କରାଯାଉଛି । ଶୁକ୍ରବାର ଯୁବକକୁ ଗିରଫ ପରେ ଭୁବନେଶ୍ୱର ଏସ୍ଡିଏଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଦିଲ୍ଲୀ ନେଇଯାଇଛି ସ୍ପେଶାଲ ଟିମ୍ । ବର୍ତ୍ତମାନ ଯାଏଁ ଦିଲ୍ଲୀ ପୋଲିସ ପକ୍ଷରୁ କୌଣସି ସବିଶେଷ ସୂଚନା ଦିଆଯାଇନାହିଁ । ସମୟ ବିତିବା ସହିତ ଦିଲ୍ଲୀ ପୋଲିସ ଯୁବକଙ୍କ ଗିରଫ ନେଇ ସବିଶେଷ ତଥ୍ୟ ଦେବ ବୋଲି ସୂଚନା ରହିଛି ।

Also Read:-IPL 2026: ଆରସିବି ଦେଖିଲା ବୈଭବଙ୍କ ପାଓ୍ୱାର, ଭାଙ୍ଗିଲେ ଯଶସ୍ୱୀ ଏବଂ ଇଶାନଙ୍କ ରେକର୍ଡ, ବଟଲରଙ୍କ ସହ ହେଲେ ସମକକ୍ଷ

ଅନ୍ୟପଟେ ଯୁବକ ଜଣକଙ୍କ କେଉଁ ସବୁ ସଂଗଠନ ସହିତ ଲିଙ୍କରେ ରହିଥିଲେ । କେଉଁ କେଉଁ ଦେଶ ବିରୋଧୀ କାମ କରୁଥିଲେ । କିପରି ସେହି ସବୁ ସଂଗଠନ ସହିତ ଜଡିତ ହେଲେ । ଯୁବକ ଜଣଙ୍କ ଜଣେ ଅଛନ୍ତି, ନା ତାଙ୍କ ଲିଙ୍କରେ ଆଉ କିଏ କିଏ ଅଛନ୍ତି । ଦିଲ୍ଲୀ ପୋଲିସର ପୁରା ତଦନ୍ତ ପରେ ଏସବୁ ପ୍ରଶ୍ନର ଉତ୍ତର ମିଳିବ ବୋଲି ଆଶା କରାଯାଉଛି ।