ନୂଆଦିଲ୍ଲୀ, ୧୪/୧୦ : କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ମୁଖପାତ୍ର ସୌରଭ ଦାସ, ଆଜିଙ୍କ୍ୟ ସିନ୍ଦେ ଏବଂ ଆଶୁତୋଷ ରାଙ୍କାଙ୍କୁ ମଙ୍ଗଳବାର ଦିଲ୍ଲୀ ପୁଲିସ ଗିରଫ କରିଛି। ସେମାନେ ସମର୍ଥକଙ୍କ ସହ ଜନ୍ତରମନ୍ତରରେ ପହଞ୍ଚି ସ୍ଲୋଗାନବାଜି କରିଥିଲେ ।

ଏହି ଘଟଣାରେ ପୁଲିସ ଉଭୟଙ୍କ ନାମରେ ଏଫଆଇଆର ରୁଜୁ କରିଛି। ସେମାନେ ପିସ୍ ବଣ୍ଡ୍ ଉଲଂଘନ କରିଥିବାରୁ ମାମଲା ରୁଜୁ କରାଯାଇଛି। ଏଣିକି ଜନ୍ତରମନ୍ତରରେ ଆନ୍ଦୋଳନକୁ ବେଆଇନ ବିବେଚନା କରାଯିବ। ନୂଆ ନିୟମ ଜାରି ହେବା ପରେ ପୁଲିସ ବ୍ୟାରିକେଡ୍ ଲଗାଇଛି। ସମସ୍ତ ଫାଟକ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ସିଳେପି ନେତାମାନେ ମଙ୍ଗଳବାର ଫାଟକ ଉପରେ ଚଢ଼ି ଜନ୍ତରମନ୍ତର ଭିତରେ ପଶିଥିଲେ । ସେଠାରେ ସେମାନେ ଜାତୀୟ ପତାକା ପ୍ରଦର୍ଶନ ସହିତ ସ୍ଲୋଗାନ ଦେଇଥିଲେ ।

Also Read :- ବିଶ୍ୱର ସବୁଠୁ ବଡ ତୈଳ କମ୍ପାନୀ ଉପରେ ଆଟାକ୍ : ହୁତିର ମିସାଇଲ ମାଡ଼ରେ ଥରିଲା ସାଉଦି ଆରବ

ପୁଲିସ ଏହା ଦେଖିନେବା ପରେ ସେମାନଙ୍କୁ ଗିରଫ କରିଥିଲା । ଏହି ଗିରଫଦାରିକୁ ସିଜେପି ମୁଖ୍ୟ ଅଭିଜିତ ଦୀପକେ ତୀବ୍ର ସମାଲୋଚନା କରିଛନ୍ତି। ତ୍ରିରଙ୍ଗା ଉଡ଼ାଇବା କେବେଠାରୁ ନିୟମ ଉଲଂଘନ ବିବେଚିତ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଯେଉଁମାନେ ଏଭଳି ଭାବୁଛନ୍ତି, ସେମାନେ ଦେଶଦ୍ରୋହୀ। ଆମେ ନିଜ ଦେଶରେ ତ୍ରିରଙ୍ଗା ପତାକା ଉଡ଼ାଇଲୁ। କିନ୍ତୁ ଏହାକୁ ବେଆଇନ ଦର୍ଶାଗଲା। ଏକଛତ୍ରବାଦ ମାନସିକତାର ଏହା ସବୁଠୁ ବଡ଼ ଉଦାହରଣ।

ଆଶୁତୋଷ କହିଛନ୍ତି, ସିଇସି ଜ୍ଞାନେଶ କୁମର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଜନ୍ତରମତ୍ତରରେ ହିଁ ବିକ୍ଷୋଭ ଚାଲିବ। ଆଜି ୧୦ ଲୋକ ଆସିଛତି, କାଲି ୧ ହଜାର ଏବଂ ପରଦିନ ୧୦ ହଜାର ଲୋକ ଆସି ପହଞ୍ଚିବେ । ଏହା ପୂର୍ବରୁ ସରକାର ସୋମବାର ଜନ୍ତରମନ୍ତରକୁ ଧର୍ଯ୍ୟ ଧାରଣାସ୍ଥଳ ତାଲିକାରୁ ହଟାଇ ଦେଇଥିଲେ। ତେଣୁ ଏଠାରେ ଆନ୍ଦୋଳନ କରିବା ଏବେ ବେଆଇନ ସାବ୍ୟସ୍ତ ହେବ ।