ନୂଆଦିଲ୍ଲୀ, ୦୨/୦୪ : ପୁଅ ଜନ୍ମ କରିଥିଲା ବାପା । ମନରେ ଅନେକ ଆଶା ଥିଲା । ପୁଅ ବଡ ହେବ । ବାପାର ନାଁ ରଖିବ । ପୁଅର ପରିଚୟରେ ବାପା ପରିଚିତ ହେବ । କିନ୍ତୁ ପୁଅ ସିନା ପରିଚୟ ପାଇଲା ହେଲେ ତାହା ସୁନାମ ନୁହେଁ ଦୁର୍ନାମରେ । ବାପାର ମୁଣ୍ଡ ତଳକୁ ହୋଇଗଲା । ସତ ଜଣିବା ପରେ ପାଦ ତଳୁ ମାଟି ଖସିଗଲା ।

ଦିଲ୍ଲୀରେ ଘଟିଛି ଭୟଙ୍କର ଘଟଣା । ଗିରଫ ହୋଇଛନ୍ତି ୨୧ ବର୍ଷୀୟ ଯୁବକ । ତାହା ପୁଣି ତୋରି ମାମଲାରେ । ଅନ୍ୟ କେଉଁଠି ନୁହେଁ ବରଂ ନିଜ ଘରୁ ଗନ୍ ପଏଣ୍ଟ୍ ବା ବନ୍ଧୁକ ମୁନରେ ଚୋରି କରିଛନ୍ତି ଯୁବକ । ହଜାର କି ଦୁଇ ହଜାର ନୁହେଁ ପୁରା ୧୦ ଲକ୍ଷ ଟଙ୍କା । ଯାହାର ରହସ୍ୟ ଖୋଲିଛି ପୋଲିସ ।

ପୋଲିସର କହିବାନୁସାରେ, ଗିରଫ ହୋଇଥିବା ଯୁବକ ହେଲେ ତବଲିନ୍ । ସେ ଏକ ବନ୍ଧୁକ ଏବଂ ଦୁଇ ସହଯୋଗୀଙ୍କ ସହ ମିଶି ନିଜ ଘରେ ପ୍ରବେଶ କରିଥିଲେ । ସମସ୍ତେ ମୁହଁରେ ମୁଖା ପିନ୍ଧିଥିଲେ । ଏହି ସମୟରେ ଘରେ ଥିଲେ ତବଲିନଙ୍କ ବୁଢା ବାପା । ମୁଖା ପିନ୍ଧିଥିବାରୁ ସେ ପୁଅକି ଚିହ୍ନି ପାରିନଥିଲେ । ପୁଅ ଏବଂ ସହଯୋଗୀ ଘରେ କଳାକନା ବୁଲାଇଥିଲେ । ବ୍ଲାଙ୍କ୍ ଫାୟାରିଂ ମଧ୍ୟ କରିଥିଲେ ।

ଘଟଣା ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘରେ ପହଁଚି ସିସିଟିଭି ଛାନଭିନ୍ କରିଥିଲା । ଏହାପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସବୁଠାରୁ ବଡ କଥା ହେଉଛି ଯେ ଦିଲ୍ଲୀର ଆନନ୍ଦପୁର ଅଞ୍ଚଳରେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମୁଖା ଖୋଲିଥିଲେ । ପୋଲିସ ଏହାର ସିସିଟିଭି ଫୁଟେଜ ଅଭିଯୋଗ କରିଥିବା ବାପାଙ୍କୁ ଦେଖାଇଥିଲେ । ଯାହା ଦେଖିବା ପରେ ସେ ଆଖିକୁ ବିଶ୍ୱାସ କରିପାରିନଥିଲେ । କାରଣ ଏଥିରେ ତାଙ୍କ ପୁଅ ତବଲିନ୍ ଥିଲେ ।

Also Read :-Mother and Son : ଏମିତି ମାଆ ଅଛନ୍ତି ? ପୁଅର ସତ୍ ରୋଜଗାର ନଜାଣିବା ଯାଏଁ ନେଲେନି ଦାମୀ ଉପହାର...

ଘଟଣାରେ ମୁଖାର୍ଜୀନଗର ପୋଲିସ ତବଲିନକୁ ଗିରଫ କରିଛି । ଅନ୍ୟ ଦୁଇ ଜଣ ଲକ୍ଷ୍ନୌକୁ ଫେରାର ହୋଇଯାଉଥିବା ବେଳେ ଗିରଫ ହୋଇଛନ୍ତି । ସେମାନେ ବିହାରର ହୋଇଥିବା ପୋଲିସ କହିଛି । ଏହାସହ ଲୁଟ୍ ହୋଇଥିବା ଅର୍ଥକୁ ଜବତ କରାଯାଇଛି ।