ନୂଆଦିଲ୍ଲୀ, ୦୩/୦୫ : ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଶନିବାର ଜଣେ ଯୁବ ବିଚାରପତି ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଅମନ କୁମାର ଶର୍ମା। ଗାଧୁଆ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୋଲିସର ସୂଚନା ଅନୁସାରେ ଅପରାହ୍ନ ୧ଟା ୪୫ରେ ସେମାନଙ୍କୁ ସୂଚନା ମିଳିଥିଲା । ସେମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମୃତଦେହ ଗାଧୁଆ ଘରେ ଝୁଲୁଥିଲା। ପୋଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read :- ସମୟ ସବୁଠୁ ବଳବାନ୍ : ମନ୍ଦିରରେ ବିତୁଛି ଇଂରାଜୀ ପ୍ରଫେସରଙ୍କ ଜୀବନ, ଦିନେ NDA କ୍ୟାଡେଟ୍ସଙ୍କୁ ପଢାଉଥିଲେ ପାଠ, କିନ୍ତୁ...

ପ୍ରାଥମିକ ଅନୁସନ୍ଧାନରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି। ଅମନଙ୍କ ଘର ଗ୍ରୀନପାର୍କ ଅଞ୍ଚଳରେ। ସେ କଡକଡଡୁମା କୋର୍ଟରେ କାର୍ଯ୍ୟରତ ଥିଲେ । ୨୦୨୧ ଜୁନ ୧୯ରେ ସେ ଦିଲ୍ଲୀ ଜୁଡିସିଆଲ ସର୍ଭିସେସରେ ସାମିଲ ହୋଇଥିଲେ। ଖୁବ୍ କମ ଦିନରେ ସେ କିଛି ଫୌଜଦାରୀ ଓ ଦେୱାନି ମାମଲା ପରିଚାଳନା କରିଥିଲେ। ଭିନ୍ନ ଭିନ୍ନ ସ୍ଥାନରେ ସେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ସିଭିଲ୍ ଜଜ୍ ଭାବେ କାର୍ଯ୍ୟ କରିଥିଲେ।