ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ସତ୍ୟନିକେତନ ବିଲ୍ଡିଂ ଭୁଶୁଡିବା ମାମଲାରେ ସୋମବାର ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ବିପର୍ଯ୍ୟୟ ପାଇଁ କେବଳ ବିଲ୍ଡିଂର ମାଲିକ ଦାୟି ନୁହନ୍ତି, ଦିଲ୍ଲୀ ଏମସିଡି ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମଧ୍ୟ ସମାନ ରୂପେ ଉତ୍ତରଦାୟୀ ଅଟନ୍ତି। ଅଧିକାରୀମାନେ ଉଦ୍ଧାର ଅଭିଯାନ ପ୍ରୟାସକୁ ଦୁଇଗୁଣା କରନ୍ତୁ ବୋଲି କୋର୍ଟ କହିଛନ୍ତି, ଯାହାଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ଜୀବନ ବଞ୍ଚା ଯାଇ ପାରିବ। ଏଥିରେ ସୋଲିସିଟର ଜେନେରାଲ ତୁଷାରମେହେଟ୍ଟା କୋର୍ଟଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ ଉଦ୍ଧାର କାର୍ଯ୍ୟପାଇଁ ସବୁ ସମ୍ଭବ ପ୍ରୟାସ ଜାରି ରହିଛି।

Also Read: ଦିଲ୍ଲୀ ହଷ୍ଟେଲ୍ ବିଲ୍ଡିଂ ଭୁଶୁଡ଼ିବା ଘଟଣା, କୋଠାର ମାଲିକ ହରିରାମ ରାଜସ୍ଥାନର ଭିୱାଡ଼ିରୁ ଗିରଫ

ରିପୋର୍ଟ ଅନୁସାରେ କୋର୍ଟ ପ୍ରଶାସନକୁ ଅନୁରୋଧ କରିଛନ୍ତି ଯେ ଉଦ୍ଧାର କାର୍ଯ୍ୟକୁ ଆହୁରି ଦ୍ରୁତ କରାଯାଉ। ସେହିପରି ହାଇକୋର୍ଟ ଏମସିଡିକୁ ଏକ ସପ୍ତାହ ମଧ୍ୟରେ ପିଜି ଓ ହଷ୍ଟେଲ ଅଡିଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା କେବଳ ବିଲ୍ଡିଂ ମାଲିକମାନଙ୍କର ନୁହେଁ ବରଂ ଏଥିରେ ସମ୍ବଦ୍ଧିତ ଅଧିକାରୀଙ୍କ ଦାୟିତ୍ୱ ମଧ୍ୟ ରହିଛି। ଯଦି ଅଧିକାରୀମାନେ ସେମାନଙ୍କ ନୈତିକ ଦାୟିତ୍ୱ ପାଳନ କରିଥାନ୍ତେ ତେବେ ଏପରି ଘଟଣାକୁ ହୁଏତ ରୋକା ଯାଇ ପାରିଥାଆନ୍ତା।

Also Read: Delhi satya niketan: ରେଖା ସରକାରଙ୍କ ପ୍ରଥମ ବଡ଼ ଆକ୍ସନ, MCDର ୫ ଅଧିକାରୀ ସସ୍ପେଣ୍ଡ

କୋର୍ଟ କହିଛନ୍ତି ଯେ ଯଦି ପିଜି ଓ ହଷ୍ଟେଲ ରେଗୁଲେଟ କରିବା ପାଇଁ ଗାଇଡଲାଇନ ନାହିଁ ତେବେ ଏହା ତୁରନ୍ତ ତିଆରି କରନ୍ତୁ। କୋର୍ଟ ଘଟଣାକୁ ନେଇ ରୁଜୁ ଜନସ୍ୱାର୍ଥ ଆବେଦନ ଆଧାରରେ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ସହିତ ଏମସିଡି ଓ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Also Read: ଦିଲ୍ଲୀ ବିଲ୍ଡିଂ ଧସିବା ଘଟଣାରେ ଭଗ୍ନାବଶେଷ ତଳୁ ଆସିଲା ଛାତ୍ରଙ୍କ SOS ଭିଡିଓ !