ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୀମା ଶୁଳ୍କ ବିଭାଗ ଜଣେ ଯାତ୍ରୀଙ୍କ ଠାରୁ ୯୪ ଲକ୍ଷ ଟଙ୍କାର ଏକ ଲଗଜୁରୀ ହାତଘଣ୍ଟା ଜବତ କରିଛି। ଏହି ଘଡ଼ିଟି ପାଟେକ୍ ଫିଲିପ୍ କମ୍ପାନୀର। ରିପୋର୍ଟ ଅନୁସାରେ, ଏହି ଘଟଣା ନଭେମ୍ବର ୧୧ ତାରିଖରେ ଘଟିଛି। ଜଣେ ବ୍ୟକ୍ତି ଫ୍ଲାଇଟ ନମ୍ବର SG5106 ଯୋଗେ ଦୁବାଇର ଆସି ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୩ରେ ଓହ୍ଲାଇଥିଲେ। ଏହାପରେ କଷ୍ଟମ ବିଭାଗ ତାଙ୍କ ଠାରୁ ଏତେ ଦାମୀ ଘଣ୍ଟା ଜବତ କରିଥିଲା। ଏନେଇ ବିଭାଗ ପକ୍ଷରୁ ନଭେମ୍ବର ୧୭ ତାରିଖରେ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି।

କେମିତି ମିଳିଲା ଘଣ୍ଟା ?

ପୂର୍ବରୁ ଗୁଇନ୍ଦା ସୂଚନା ପାଇବା ପରେ ସୀମା ଶୁଳ୍କ ବିଭାଗ ଉକ୍ତ ଯାତ୍ରୀଙ୍କୁ ବିମାନବନ୍ଦରରେ ଅଟକାଇ ଗ୍ରୀନ ଚ୍ୟାନେଲ ରାସ୍ତାରୁ ନେଇଯାଇଥିଲେ। କାରଣ ଗ୍ରୀନ ଚ୍ୟାନେଲ ସେହିଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ ଯେଉଁମାନେ ଶୁଳ୍କ ନଲାଗିବା ଭଳି ସାମଗ୍ରୀ ନେଇ ଆଥାନ୍ତି। ଏହାପରେ ତାଙ୍କର ଏକ୍ସରେ ସ୍କ୍ରିନିଂ କରାଯିବା ସହ ବ୍ୟାଗେଜ୍ ଚେକ୍ କରାଯାଇଥିଲା।

Also Read- Air India Expressର ନୂଆ ମୁଖ୍ୟ ହେବେ ଦୀପକ ରାଜାୱତ, ଜାଣନ୍ତୁ କିଏ?

ଯେତେବେଳେ ସେହି ପାସେଞ୍ଜର ଡୋର ଫ୍ରେମ ମେଟାଲ ଡିଟେକ୍ଟର ଦେଇ ଅତିକ୍ରମ କଲେ, ସେତେବେଳେ ଆଲର୍ଟ ବାଜି ଉଠିଲା। ଏହାପରେ ତାଙ୍କ ବ୍ୟାଗ ସର୍ଚ୍ଚ କିରିବାରୁ ପାଟେଲିକ ଫିଲିପ ଆକ୍ୱାନଟ ହାତଘଣ୍ଟା ଜବତ କରାଯାଇଥିଲା। ଜଣେ ଚାଟାର୍ଡ ଇଞ୍ଜିନିୟର ଘଣ୍ଟା ଚେକ୍ କରିବା ପରେ ଏହା ସମ୍ପୂର୍ଣ୍ଣ ଅରଜିନାଲ ଓ ଦାମ ୯୪ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଥିଲା। ଏହାପରେ ଘଣ୍ଟାକୁ କଷ୍ଟମ ଆଇନ ୧୯୬୨ର ଧାରା ୧୧୦ ଅନୁସାରେ ଜବତ କରିବା ସହ ସେକ୍ସଲ ୧୦୪ ଅନୁସାରେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଯାତ୍ରୀଙ୍କ ପାଇଁ ସୀମା ଶୁଳ୍କର ନିୟମଗୁଡ଼ିକ କଣ?

ବ୍ୟାଗେଜ୍ ନିୟମ, ୨୦୨୬ ଅନୁଯାୟୀ, ବିମାନ ଯୋଗେ ସ୍ୱଦେଶକୁ ଆସୁଥିବା ଯୋଗ୍ୟ ଭାରତୀୟ ନାଗରିକ ଏବଂ ଭାରତୀୟ ବଂଶୋଦ୍ଭବ ପର୍ଯ୍ୟଟକ ସାଙ୍ଗରେ ୭୫,୦୦୦ ଟଙ୍କାର ନିଶୁଳ୍କ ସାଧାରଣ ସାମଗ୍ରୀ ଆଣିପାରିବେ। ତେବେ ଦୈନନ୍ଦିନ ଆବଶ୍ୟକ ପାଇଁ ବ୍ୟବହୃତ ବ୍ୟକ୍ତିଗତ ସାମଗ୍ରୀ ଆଣିବା ପାଇଁ ସ୍ୱତନ୍ତ୍ର ନିୟମ ରହିଛି। ନିର୍ଦ୍ଧାରିତ ସର୍ତ୍ତ ଅନୁସାରେ ଏହି ଶୁଳ୍କମୁକ୍ତ ସାମଗ୍ରୀ ଆଣିବାର ସୁବିଧା ମିଳିଥାଏ। ଯଦି ଯାତ୍ରୀ କୌଣସି ଶୁଳ୍କଯୁକ୍ତ ସାମଗ୍ରୀ ଆଣିବାକୁ ଚାହୁଁଛନ୍ତି ତେବେ ପୂର୍ବରୁ ଏ ବିଷୟରେ ସୀମା ଶୁଳ୍କ ଅଧିକାରୀଙ୍କୁ ଜଣାଇବାକୁ ପଡ଼ିବ। ଏଥିପାଇଁ ଗ୍ରୀନ୍ ଚ୍ୟାନେଲ୍ ବଦଳରେ ରେଡ୍ ଚ୍ୟାନେଲ୍ ଦେଇ ଆସିବାକୁ ହୋଇଥାଏ। ତେବେ ଗିରଫ କରିବାରେ ଅନ୍ୟ କିଛି ନିୟମ ବି ରହିଥାଏ। ତାହା ସାମଗ୍ରୀର ମୂଲ୍ୟ ଓ ପରିସ୍ଥିତି ଉପରେ ନିର୍ଭର କରିଥାଏ।