ମେଷ- ଆପଣଙ୍କ ପାଇଁ ଲାଭ ଓ ସଫଳତାର ଦିନ ରହିବ। ଦୀର୍ଘଦିନରୁ ଅଟକିଥିବା ଅର୍ଥ ପ୍ରାପ୍ତି ହୋଇପାରେ। ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ମିଳିବ। ବ୍ୟବସାୟରେ ଲାଭ ସହିତ ନୂତନ ଗ୍ରାହକଙ୍କ ସହ ସମ୍ପର୍କ ବଢ଼ିବ। ବନ୍ଧୁ ଓ ଶୁଭେଚ୍ଛୁଙ୍କ ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ।

ବୃଷ- କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ଓ ସହଯୋଗ ମିଳିପାରେ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା କରିବେ। ବ୍ୟବସାୟରେ ଆର୍ଥିକ ଉନ୍ନତି ହେବ। ପିତାଙ୍କ ସହଯୋଗ ମିଳିବ। ପାରିବାରିକ ଦାୟିତ୍ୱ ବଢ଼ିପାରେ। ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ- ଭାଗ୍ୟର ସହଯୋଗ ମିଳିବା ସହିତ ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ଭଲ ଫଳ ମିଳିପାରେ। ଦୂରଯାତ୍ରାର ଯୋଗ ରହିଛି। କର୍ମକ୍ଷେତ୍ରରେ କିଛି ବାଧା ଆସିପାରେ। ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ।

କର୍କଟ- ଚନ୍ଦ୍ରାଷ୍ଟମ ଯୋଗୁ ମାନସିକ ଅଶାନ୍ତି ଓ କାର୍ଯ୍ୟରେ ବାଧା ଦେଖାଦେଇପାରେ। ଅଯଥା ଚିନ୍ତା ଓ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତରବର ହୁଅନ୍ତୁ ନାହିଁ। ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଈଶ୍ୱରଙ୍କ ଆରାଧନା ମାନସିକ ଶାନ୍ତି ଦେବ।

ସିଂହ- ଦାମ୍ପତ୍ୟ ଜୀବନରେ ସୁଖ ଓ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ଚୁକ୍ତି ଓ ସହଭାଗିତାର ସୁଯୋଗ ମିଳିପାରେ। ଜୀବନସାଥୀଙ୍କ ସହଯୋଗରେ ଅନେକ ସମସ୍ୟାର ସମାଧାନ ହେବ। ଚାକିରି କ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। କିନ୍ତୁ ଅନ୍ୟମାନଙ୍କ ସହ ମତଭେଦ ହେବାରୁ ନିଜକୁ ଦୂରେଇ ରଖନ୍ତୁ।

କନ୍ୟା- ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି ହେବ। ଦୀର୍ଘଦିନରୁ ଚାଲିଥିବା ଋଣ ଓ ଆର୍ଥିକ ସମସ୍ୟାର ସମାଧାନ ପାଇଁ ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ପରିଶ୍ରମର ଉଚିତ ଫଳ ମିଳିବ। ନୂତନ କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ମାମଲା ଓ ବିବାଦରେ ଆପଣଙ୍କ ପକ୍ଷ ଶକ୍ତିଶାଳୀ ରହିବ।

ତୁଳା- ଦିନ ଶୁଭଫଳଦାୟକ ରହିବ। ସନ୍ତାନଙ୍କଠାରୁ ଶୁଭ ଖବର ମିଳିପାରେ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ଆକସ୍ମିକ ଧନଲାଭର ଯୋଗ ରହିଛି। ନିବେଶ କରିବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। କଳା ଓ ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ।

ବିଛା- ଘରୋଇ ଜୀବନରେ କିଛି ଅଶାନ୍ତି ଦେଖାଦେଇପାରେ। ଜମିବାଡ଼ି ଓ ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ବିଳମ୍ବ ହୋଇପାରେ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ମନୋବଳ ଦୃଢ଼ ରଖନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଓ ମାନସିକ ଚାପ ବଢ଼ିପାରେ। ଧୈର୍ଯ୍ୟ ଓ ବିଚାରବୁଦ୍ଧିର ସହ କାର୍ଯ୍ୟ କରନ୍ତୁ।

ଧନୁ- ପରାକ୍ରମ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ଯୋଗାଯୋଗ ଓ ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ଛୋଟ ଯାତ୍ରାରୁ ଶୁଭଫଳ ମିଳିପାରେ। ନୂତନ ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହେବେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ନିଜ କଥାବାର୍ତ୍ତାରେ ସଂଯମ ରଖନ୍ତୁ।

ମକର- ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ମଧ୍ୟମରୁ ଶୁଭ ରହିବ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ଧନ ସଞ୍ଚୟ କରିବାର ସୁଯୋଗ ମିଳିବ। କଥାବାର୍ତ୍ତା ମାଧ୍ୟମରେ ଅନ୍ୟମାନଙ୍କ ମନ ଜିଣିପାରିବେ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ଖାଦ୍ୟପେୟ ପ୍ରତି ଯତ୍ନବାନ ରୁହନ୍ତୁ।

କୁମ୍ଭ- ଚନ୍ଦ୍ର ଆପଣଙ୍କ ରାଶିରେ ଅବସ୍ଥାନ କରୁଥିବାରୁ ଆତ୍ମବିଶ୍ୱାସ ଓ ମନୋବଳ ବୃଦ୍ଧି ପାଇବ। ନିଜର ବ୍ୟକ୍ତିତ୍ୱ ଓ କାର୍ଯ୍ୟଦକ୍ଷତା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ନୂତନ କାର୍ଯ୍ୟ ଓ ଯୋଜନା ପାଇଁ ଦିନଟି ଅନୁକୂଳ। କିଛି ନୂତନ ଦାୟିତ୍ୱ ମିଳିପାରେ। ମାନସିକ ଚଞ୍ଚଳତା ଓ ଅହଂଭାବକୁ ନିୟନ୍ତ୍ରଣରେ ରଖନ୍ତୁ।

ମୀନ- ଅଯଥା ଖର୍ଚ୍ଚ ଓ ମାନସିକ ଚିନ୍ତା ବଢ଼ିପାରେ। ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ଶୁଭ ଖବର ମିଳିବାର ଯୋଗ ରହିଛି। କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟ ଓ ଧାର୍ମିକ ଚିନ୍ତାଧାରା ପ୍ରତି ଆଗ୍ରହ ବଢ଼ିବ। ଶାରୀରିକ ବିଶ୍ରାମ ନିଅନ୍ତୁ ଓ ଆର୍ଥିକ ନିଷ୍ପତ୍ତିରେ ସତର୍କ ରୁହନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682