ନୂଆଦିଲ୍ଲୀ ୧୫।୧୨; ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର ଲଗାତାର ବୃଦ୍ଧି ପାଉଛି। ଯାହା ରାଜଧାନୀର ପରିସ୍ଥିତିକୁ ଅତ୍ୟନ୍ତ ଗମ୍ଭୀର କରି ଦେଉଛି। ସହରର ବାୟୁ ବର୍ତ୍ତମାନ ଅତ୍ୟନ୍ତ ଖରାପ ବର୍ଗରେ ରହିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୫୦୦ ପାର କରିଛି। ଘନ ଧୂଆଁ ଏବଂ କୁହୁଡ଼ି ପୁରା ରାଜଧାନୀର ଅନେକ ଅଞ୍ଚଳକୁ ଘେରି ରହିଛି, ଯାହା ଲୋକଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହେଉଛି। ସକାଳ ଏବଂ ସନ୍ଧ୍ୟାରେ କିଛି ବି ଦେଖାଯାଉନି , ଯାହା ରାସ୍ତାରେ ଯାତାୟାତକୁ ଯଥେଷ୍ଟ ହ୍ରାସ କରିଛି।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ବାୟୁ ଗୁଣବତ୍ତା ଏବେ ଆହୁରି ଖରାପ ହୋଇଛି, ସୋମବାର ଅର୍ଥାତ୍ ଆଜି ୬୧୦ AQI ସହିତ ଦିଲ୍ଲୀର ଚାରୋଟି ଅଞ୍ଚଳରେ AQI ଆଜି ୫୦୦ରେ ପହଞ୍ଚିଛି। ପ୍ରଦୁଷଣ ପାଇଁ ଆଖି ଜ୍ୱଳନ, କାଶ ଏବଂ ଶ୍ୱାସକ୍ରିୟାରେ ନିଶ୍ଵାସ ନେବାରେ ବିପଦ ସୃଷ୍ଟି କରୁଛି, ଯାହା ସାଧାରଣ ଜୀବନକୁ ଗୁରୁତର ଭାବରେ ପ୍ରଭାବିତ କରୁଛି। ଶନିବାର ସନ୍ଧ୍ୟାରୁ ଦିଲ୍ଲୀରେ କଠୋର GRAP-4 ନିୟମ ଲାଗୁ କରାଯାଇଛି। ଦିଲ୍ଲୀ ସରକାର ସ୍କୁଲ ଗୁଡ଼ିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। GRAP-4 କାର୍ଯ୍ୟକାରୀ ହେବା ପରେ, ୯ମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଏବେ ହାଇବ୍ରିଡ୍ ମୋଡ ପଢ଼ାଯିବ।

ସରକାର ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ୫୦% କର୍ମଚାରୀଙ୍କ ସହିତ କାର୍ଯ୍ୟ କରିବ, ଅବଶିଷ୍ଟ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ପଡିବ। ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ଯେ ଗର୍ଭବତୀ ମହିଳା, ବୃଦ୍ଧ ଏବଂ ପିଲାମାନେ ଘରୁ ବାହାରିବାକୁ ମନା କରାଯାଇଛି । ଏହା ସହ ଟ୍ରକ ଗୁଡ଼ିକ ନିଷେଧ କରାଯାଇଛି।, CNG, LNG, ବୈଦ୍ୟୁତିକ ଏବଂ BS-6 ଡିଜେଲ ଟ୍ରକ ଗୁଡ଼ିକୁ ଅନୁମତି ଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସେବାରେ ସାମିଲ ଥିବା ଯାନ ଗୁଡ଼ିକୁ ଏହି ନିଷେଧରୁ ମୁକ୍ତ କରାଯାଇଛି।

ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷେଧ

GRAP 4 ସମସ୍ତ ପ୍ରକାରର ନିର୍ମାଣ ଏବଂ ଭଙ୍ଗା କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରେ। ଏଥିରେ ରାଜପଥ, ରାସ୍ତା, ଫ୍ଲାଏଓଭର, ବିଦ୍ୟୁତ୍ ପରିବହନ ଲାଇନ, ପାଇପଲାଇନ୍ ଏବଂ ଟେଲିକମ୍ୟୁନିକେସନ୍ ଭଳି ରେଖୀୟ ସାର୍ବଜନୀନ ପ୍ରକଳ୍ପ ଅନ୍ତର୍ଭୁକ୍ତ, ଯାହାକୁ ପୂର୍ବରୁ ନିମ୍ନ ପର୍ଯ୍ୟାୟ ଅଧୀନରେ ଅନୁମତି ଦିଆଯାଇଥିଲା।