ମୁମ୍ବାଇ: ବଲିଉଡର ଅନ୍ୟତମ ଲୋକପ୍ରିୟ ତାରକା ଯୋଡ଼ି ଦୀପିକା ପାଦୁକୋନ୍ ଏବଂ ରଣବୀର ସିଂହ ଦ୍ୱିତୀୟ ଥର ପାଇଁ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। ଏହି ଖୁସି ଖବରଟିକୁ ଏହି ଦମ୍ପତି ଶନିବାର ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ନବଜାତ ଶିଶୁର ପାଦଚିହ୍ନ ଥିବା ଏକ ସୁନ୍ଦର ଫଟୋ ଶେୟାର କରି ସାର୍ବଜନୀନ କରିଛନ୍ତି। ସନ୍ତାନ ଜନ୍ମ ହେବାର ମାତ୍ର ଦିନକ ପୂର୍ବରୁ ଦୀପିକା ଏବଂ ରଣବୀର ନିଜ ପରିବାର ସହ ମୁମ୍ବାଇର ପ୍ରସିଦ୍ଧ ଶିଦ୍ଧିବିନାୟକ ମନ୍ଦିର ଯାଇ ପ୍ରଭୁ ଗଣେଶଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। 

୨୦୨୪ ସେପ୍ଟେମ୍ବର ୬ ତାରିଖରେ ସେମାନଙ୍କ ପ୍ରଥମ ଝିଅ 'ଦୁଆ' ଜନ୍ମ ହେବାର ମାତ୍ର ଦୁଇ ଦିନ ପୂର୍ବରୁ ମଧ୍ୟ ଏହି ଯୋଡ଼ି ଶିଦ୍ଧିବିନାୟକ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଗତ ସେପ୍ଟେମ୍ବର ୮ ତାରିଖରେ ବଡ଼ ଝିଅ ଦୁଆର ଦ୍ୱିତୀୟ ଜନ୍ମଦିନ ଅବସରରେ ୪୧ ବର୍ଷୀୟ ରଣବୀର  ଏବଂ ୪୦ ବର୍ଷୀୟା ଦୀପିକା ସୁନ୍ଦର ଫଟୋ ସେୟାର କରିଥିଲେ । କେତେକ ଫଟୋ, ସେଲିବ୍ରିଟି ଦମ୍ପତି ଝିଅ ଦୁଆଙ୍କ ସହ ଖେଳୁଥିବା ଦେଖିବାକୁ ମିଳିଥିଲା । ଏବେ ସେମାନଙ୍କ ଘରକୁ ପୁଣି ଏକ କନ୍ୟା ସନ୍ତାନ ଆସିଛି । ଦୀପବୀର ଏନେଇ ଖୁବ ଖୁସି ଥିବାବେଳେ ସୋମନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । 

​​​​​​​

ଦୀପିକା-ରଣବୀରଙ୍କ ବିବାହ
 ନଭେମ୍ବର ୧୪, ୨୦୧୮ରେ ଦୀପିକା ଏବଂ ରଣବୀରଙ୍କ ବିବାହ ଇଟାଲୀରେ ହୋଇଥିଲା । ଉଭୟ କୋଙ୍କଣୀ ଏବଂ ସିନ୍ଧି ପରମ୍ପରାରେ ବିବାହ କରିଥିଲେ ଦୀପବୀର । ୨୦୧୩ ମସିହାରେ 'ଗୋଲିୟୋଁ କି ରାସଲୀଲା ରାମ-ଲୀଲା' ଚଳଚ୍ଚିତ୍ରର ସୁଟିଂ ସେଟରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା  ୨୦୧୫ରେ ନିର୍ବନ୍ଧ ଏବଂ ପରେ ୧୪ ନଭେମ୍ବର ୨୦୧୮ରେ ଇଟାଲୀର ଲେକ୍ କୋମୋରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୪୦ ବର୍ଷୀୟା ଦୀପିକା ଏବଂ ରଣବୀରଙ୍କର ୨୦୨୪ ସେପ୍ଟେମ୍ବର ୮ ରେ ପ୍ରଥମ କନ୍ୟା ସନ୍ତାନ ଦୁଆ ଜନ୍ମଗ୍ରହଣ କରିଥିବା ବେଳେ ଏବେ ଦ୍ୱିତୀୟ ଝିଅର ଆଗମନ ପରେ ସେମାନଙ୍କ ପରିବାର ଆହୁରି ପୂର୍ଣ୍ଣ ହୋଇଛି। ଦୁଆକୁ ମିଳିଛି ତାର ସାନଭଉଣୀ ।