ଭୁବନେଶ୍ଵର: ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଭାବେ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ଜୁନ ୫ରେ ବିଜେପିର ପ୍ରାର୍ଥୀ ଭାବେ ଦେବାଶିଷ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅନ୍ୟ କୌଣସି ଦଳ ପ୍ରାର୍ଥୀ ଦେଇ ନ ଥିବାରୁ ସେ ନିର୍ଦ୍ଵନ୍ଦ୍ଵରେ ସଂସଦର ଉଚ୍ଚସଦନକୁ ନିର୍ବାଚିତ ହୋଇଛନ୍ତି।

ନିର୍ବାଚିତ ହେବା ପରେ ଦେବାଶିଷ ଗଣମାଧ୍ୟମ ପ୍ରତିନିଧିକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି ସାର୍ଟିଫିକେଟ ପାଇଲି ପୁନଃବାର ନିର୍ବାଚିତ ହେଲି | ବିଜେପିରେ ନିଷ୍ଠାର ସହ କାମ କରିବି | ଦଳ ନିର୍ଦ୍ଦେଶରେ ଯେଉଁଠି ଦଳ ସୁଯୋଗ ଦେବ କାମ କରିବି | ଆଗରୁ ଯେଉଁ ଅଞ୍ଚଳରେ ନେତା ରହିଛି ସେହି ଅଞ୍ଚଳ ପାଇଁ କାମ କରିବି | କଟକରେ ମୋର ସଂଗଠନ ଅଛି | ଗତ ନିର୍ବାଚନରେ ବିଜେପି ଦ୍ୱତୀୟ ସ୍ଥାନରେ ଥିଲା ସଂଗଠନ ନିଶ୍ଚିତ ରୂପରେ ଅଛି | ମୁଁ ସେ ସଂଗଠନ ରେ ଯୋଗଦେଇ ଆଗାମୀ ଦିନରେ ଯେଉଁ ନିର୍ବାଚନ ହେବ ପୌର ନିର୍ବାଚନ ରେ କଟକ କୁ ବିଜେପି ର ଦୁର୍ଗ କରିବୁ |

Also Read: ପରାଜିତ ପ୍ରାର୍ଥୀଙ୍କୁ ନେଇ ନବୀନଙ୍କ ବଡ଼ ବୈଠକ, କହିଲେ- ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ

ସେ କହିଛନ୍ତି, ବିଜେଡିକୁ ସୁଜାତା ଆସିବେ ଏହା ଆକଳନ ଚାଲିଛି | ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ପ୍ରଚାର ହେଉଛି | ବାସ୍ତବିକ ଏହି ନିଷ୍ପତି ନେବେ ବିଜେଡିର ନେତା ମାନେ। ଫାଇଲ ଚୋରି ପ୍ରସଙ୍ଗରେ ସେ କହିଛନ୍ତି, ଯଦି ଚୋରି ହୋଇଥିବ ମୋହନ ମାଝୀ ସରକାର ଆକ୍ସନ ନିଅନ୍ତୁ। ଯିଏ ଫାଇଲ ଗାୟବ କରିଛି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ। ଏଭଳି ଫାଇଲ ଗାୟବ ହେବା ବେନିୟମ।

ଉଲ୍ଲେଖନୀୟ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବା ସହ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ପାର୍ଟି ତାର ପୁରୁଣା ଫର୍ମୁଲା ଅନୁସାରେ ଦେବାଶିଷଙ୍କୁ ସଂସଦର ଉଚ୍ଚସଦନ ପାଇଁ ପ୍ରାର୍ଥୀ କରିଥିଲା। ଏହା ପୂର୍ବରୁ ଠିକ୍ ଦେବାଶିଷଙ୍କ ପରି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇ ପୁଣି ଥରେ ରାଜ୍ୟସଭା ଯାଇଥିଲେ ମମତା ମହାନ୍ତ। ନିକଟରେ ସୁଜିତ କୁମାର ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।

ବର୍ତ୍ତମାନ ଓଡ଼ିଶାରୁ ରାଜ୍ୟସଭା ସାଂସଦଙ୍କ ନାଁ

ବିଜେଡିର ରାଜ୍ୟସଭା ସଦସ୍ୟ (୦୫ ଜଣ)

ସସ୍ମିତ ପାତ୍ର

ସୁଲତା ଦେଓ

ମାନସ ରଞ୍ଜନ ମଙ୍ଗରାଜ

ଶୁଭାଶିଷ ଖୁଣ୍ଟିଆ

ସନ୍ତୃପ୍ତ ମିଶ୍ର (୨୦୨୬ ନିର୍ବାଚନରେ ନୂଆ କରି ନିର୍ବାଚିତ)

ବିଜେପିର ରାଜ୍ୟସଭା ସଦସ୍ୟ (୦୫ ଜଣ)

ଅଶ୍ୱିନୀ ବୈଷ୍ଣବ (କେନ୍ଦ୍ର ମନ୍ତ୍ରୀ)

ଦେବାଶିଷ ସାମନ୍ତରାୟ (ବିଜେଡିରୁ ଇସ୍ତଫା ଦେଇ ଉପ-ନିର୍ବାଚନରେ ବିଜେପି ଟିକେଟରେ ନିର୍ବାଚିତ)

ମନମୋହନ ସାମଲ (୨୦୨୬ ନିର୍ବାଚନରେ ନୂଆ କରି ନିର୍ବାଚିତ)

ସୁଜିତ କୁମାର (୨୦୨୬ ନିର୍ବାଚନରେ ବିଜେପି ଟିକେଟରେ ପୁନଃ ନିର୍ବାଚିତ)

ଦିଲ୍ଲୀପ ରାୟ (୨୦୨୬ ନିର୍ବାଚନରେ ବିଜେପି ସମର୍ଥିତ ସ୍ୱାଧୀନ/ବିଜେପି ପ୍ରାର୍ଥୀ ଭାବେ ନିର୍ବାଚିତ)