ସୁନ୍ଦରଗଡ଼, ୧୨।୧୧ : ନଦୀରୁ ମିଳିଲା ଯୁବକଙ୍କ ମୃତଦେହ । ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କିଞ୍ଜୀରକେଲା ଥାନା ଅନ୍ତର୍ଗତ କଇତରା ଗ୍ରମରେ । ଏଠାରେ ଏକ ନଦୀରୁ ଧିରଜ ପାଣ୍ଡିଆ ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ଧିରଜଙ୍କୁ ହତ୍ୟା କରି ନଦୀରେ କେହି ଫିଙ୍ଗିଥିବା ସନ୍ଦେହ କରାଯାଉଛି । ଗତ ୯ ତାରିଖ ଦିନ ଠାରୁ ସେ ନିଖୋଜ ଥିଲେ । ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇଥିବା ବେଳେ ଆଉ ଫେରିନଥିଲେ । ଖୋଜାଖୋଜି ବେଳେ ପୋଲିସ ନଦୀ ପଠାରୁ କିଛି ରକ୍ତ ନମୂନା ପାଇଥିଲା ।

Also Read :- ୨୪ ବର୍ଷରେ ବିପର୍ଯ୍ୟୟ ପରିଚାଳନା କାହିଁକି ହେଲାନି ସୁଦୃଢ଼ ? ପୂର୍ବ ସରକାରଙ୍କୁ ମନ୍ତ୍ରୀଙ୍କ ପ୍ରଶ୍ନ

ଅନ୍ୟ ଦିଗରେ ଗୁରୁବାର ନଦୀରୁ ଧିରଜଙ୍କ ମୃତଦେହ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ପରିବାର ଲୋକ ଲିଖିତ ଅଭିଯୋଗ କରିବା ସହ ହତ୍ୟା କରି ଧିରଜଙ୍କୁ କେହି ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି।