ଉଦଳା ୩୧।୦୩ : ବୋହୂ ସାଜିଲା ରାକ୍ଷସୀ । ଗୁଣି ଗାରେଡ଼ି ସନ୍ଦେହରେ ଶାଶୁକୁ ଅତି ନିର୍ଦ୍ଦୟୀ ଭାବେ ହାଣିଲା ବୋହୂ । ଘର ଭିତରେ ଏକ ପନିକିରେ ବୋହୂକୁ ମାରିଲା ଚୋଟ । ଏହି ସବୁ ଘଟଣାରେ ଦେଖଣାହାରୀ ସାଜିଥିଲା ପୁଅ । ସବୁ ଦେଖି ବି ଚୁପ ରହିଥିଲା ପୁଅ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନ୍ଏନ୍ ୬ ନମ୍ବର ଓ୍ୱାର୍ଡରେ ଘଟିଛି ଏଭଳି ଘଟଣା ।

ଖବର ଅନୁଯାୟୀ, ଶାଶୁ ସାବିତ୍ରୀ ଦତ୍ତ ସଂଧ୍ୟା ସମୟରେ ଘର ବାରଣ୍ଡାରେ ବସିଥିଲେ । ଏହି ସମୟରେ ଅଚାନକ ବୋହୂ ମାମି ଦତ୍ତ ଘର ଭିତରକୁ ଆସି ସାବିତ୍ରୀଙ୍କୁ ଘୋଷାରି ନେଇ ବେତବାଡ଼ିରେ ନିର୍ଘାତ ମାଡ଼ ମାରିଥିଲେ।ବୋହୂ ବିରୋଧ କରିବାକୁ ପନିକିରେ ଅନ୍ଧା ଦୁନିଆରେ ହାଣି ଚାଲିଲା । ଶାଶୁ ସାବିତ୍ରୀଙ୍କ ଦୁଣ୍ଡ ଦେହକୁ ପନିକିରେ ହାଣି ଜୀବନରୁ ମାରିଦେବାକୁ ବୋହୂ ମାମି ଉଦ୍ୟମ କରୁଥିଲେ । ଏହି ସମୟରେ ଘଟଣାସ୍ଥଳରେ ଥିବା ସ୍ୱାମୀ ସବୁ ଦେଖୁଥିଲେ, କିନ୍ତୁ କିଛି କହୁନଥିଲେ ।

Also Read:-Potato Prices : କାହିଁକି ବଢୁଛି ରେଟ୍ ? ମଣ୍ଡିରେ ୩ ରୁ ୫ ଟଙ୍କା, ଖୁଚୁରା ମାର୍କେଟରେ ୨୦ ଟଙ୍କା...

ସେପଟେ ସାବିତ୍ରୀଙ୍କ ଚିତ୍କାର ଶୁଣି ପଡୋଶୀ ଦୌଡି ଆସିଥିଲେ । ଏବଂ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥୟଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶାଶୁକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ବୋହୂକୁ ନିଜ ହେପାଜତକୁ ନେଇଛି । ବୋହୂ ଗୁଣି ଗାରେଡି ସନ୍ଦେହରେ ହାଣିଥିବା କହିଛନ୍ତି ସାବିତ୍ରୀ । ଅନ୍ୟପଟେ ଦେହରେ ଠାକୁରାଣୀ ଆସିଥିବାରୁ ଏପରି କରିଥିବା କହୁଛନ୍ତି ବୋହୂ ।