ଭୁବନେଶ୍ୱର ୩୧।୦୩ : ଆଳୁ ରେଟ୍ ଏବେ ଆକାଶଛୁଆଁ । ଆଇଗିଣିଆ ଆଳୁ ଗଦିରେ କିଲୋ ପିଛା ୩-୫ ଟଙ୍କା ରହିଛି। ହେଲେ ଖୁଚୁରା ମାର୍କେଟକୁ ଆସିବା ପରେ ୨୦ ଟଙ୍କାରେ ବିକ୍ରି ହେଉଛି। ଭୁବନେଶ୍ଵରର ସବୁ ହାଟରେ ୨୦ ଟଙ୍କା କିଲୋ ଆଳୁ ବିକ୍ରି ହେବା ସାଧାରଣ ଦୃଶ୍ୟ ପାଲଟିଛି। ୩ କିଲୋକୁ ୫୦ ଟଙ୍କା ରହିଛି।

ସେପଟେ ଆଳୁ ଦର ବୃଦ୍ଧି ନେଇ ଗ୍ରାହକ କହୁଛନ୍ତି ଯେ, ଆଳୁ ଗଦିରେ ଏତେ ରେଟ୍ କମିଛି ବୋଲି ଜାଣି ନାହାନ୍ତି। ଦୋକାନୀ କମ୍ ରେଟରେ କିଣି ୧୫-୧୬ ଟଙ୍କା ଲାଭ ରଖି ଜାଣିଶୁଣି ବିକ୍ରି କରୁଛନ୍ତି। ଦୋକାନୀ ବି ସଚ୍ଚୋଟ ପଣିଆ ଦେଖାଇ ଗ୍ରାହକଙ୍କୁ ଲୁଟୁଛନ୍ତି । ଯୋଗାଣ ବିଭାଗ ସ୍ଥାଣୁ ଓ ନିଷ୍କ୍ରିୟ ପାଲଟିଛି। ଯୋଗାଣ ବିଭାଗର ଅଧିକାରୀମାନେ ଚଢାଉ ନକରିବା ଲାଗି ଏପରି ଭାବେ ମନଇଛା ରେଟ୍ ବଢାଉଛନ୍ତି ଦୋକାନୀ ।

Also Read:-Farmer Issue: ଆସନ୍ତାକାଲି ସରୁଛି ମଣ୍ଡି ଅବଧି, ଏବେ ବି ଟୋକନ ଧରି ବସିଛନ୍ତି ଚାଷୀ

ଅନ୍ୟପଟେ ଦୋକାନୀଙ୍କ ମତରେ, ମାର୍କେଟକୁ ପ୍ରବଳ ନୂଆ ଆଳୁ ପ୍ରବେଶ କରୁଛି। ବେଙ୍ଗଲର ନୂଆ ଆଳୁ ଓଡ଼ିଶାରେ ଡମ୍ପ ହେଉଥିବା ବେଳେ ଓଡ଼ିଶାରୁ ବି ନୂଆ ଆଳୁ ମାର୍କେଟକୁ ଆସୁଛି । ଦୁଇ ପ୍ରକାର ଆଳୁ ମାର୍କେଟକୁ ଆସୁଥିବା ସତ୍ତ୍ୱେ ଗ୍ରାହକ ଲାଭବାନ ହୋଇପାରୁ ନାହାନ୍ତି। ଶୀତଳ ଭଣ୍ଡାର ନଥିବା ଯୋଗୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଆଳୁ ଚାଷୀ। ପଚିବା ଅପେକ୍ଷା ବିକିବାକୁ ଶ୍ରେୟ ଭାବୁଛନ୍ତି ଆଳୁ ଚାଷୀ।