ଭୁବନେଶ୍ଵର: ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଦାରା ସିଂଙ୍କ ଶୁଣାଣି ମାମଲା।୩ ସପ୍ତାହ ଯାଏଁ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ। ସମୟ ମାଗିଛନ୍ତି ଦାରା ସିଂଙ୍କ ଓକିଲ ଏପି ସିଂ। ଫଳରେ ବହୁ ଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ଜେଲ୍ ମୁକ୍ତି ଆଶା କ୍ରମଶଃ କ୍ଷୀଣ ହେବାରେ ଲାଗିଛି। ଏହା ପୂର୍ବରୁ ଦୁଇ ଦିନ ପୂର୍ବେ ଦାରାଙ୍କୁ ଜେଲରୁ ମୁକ୍ତ କରିବା ନେଇ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SSRB) ମଞ୍ଜୁରୀ ଦେଇ ନ ଥିଲେ।

ଏହା ପୂର୍ବରୁ ସେପ୍ଟେମ୍ବର ୮ରେ ଦାରା ସିଂଙ୍କ ମୁକ୍ତି ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଦାରା ସିଂଙ୍କ ଜେଲରୁ ମୁକ୍ତି ମାମଲାର ଶୁଣାଣି ଜଷ୍ଟିସ୍ ମନୋଜ ମିଶ୍ର ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଡିଭିଜନ୍ ବେଞ୍ଚରେ ଲଗାତାର ଜାରି ରହିଛି । ମଙ୍ଗଳବାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବର କାରଣ ଦର୍ଶାଯାଇଥିବା ବେଳେ କୋର୍ଟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

Also Read: ନିର୍ମମ, ନୃଶଂସ : ପ୍ରେମିକା ଘରେ ପ୍ରେମିକକୁ ଜୀଅନ୍ତା ଜାଳିଦେଲେ

ମଞ୍ଜୁରୀ ଦେଇ ନ ଥିଲା SSRB

ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ନେବା ପାଇଁ ଗତ ଅଗଷ୍ଟ ୩୧ ତାରିଖରେ SSRBର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଚାରବିମର୍ଶ ପରେ ବୋର୍ଡ ଦାରାଙ୍କ ଆଗୁଆ ମୁକ୍ତି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ଏହି ନିଷ୍ପତ୍ତି ସମ୍ପର୍କରେ ବୋର୍ଡ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି।

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ପୂର୍ବରୁ ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ତୁରନ୍ତ ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଦାରା ସିଂ ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ଧରି ଜେଲ୍ରେ ସାଜା କାଟୁଥିବାରୁ ତାଙ୍କ ମୁକ୍ତି ବିଚାର ପାଇଁ ଅଦାଲତ କହିଥିଲେ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ SSRB ବୈଠକ ବସିଥିଲା, ମାତ୍ର ବୋର୍ଡର ଅସମ୍ମତି ପରେ ଏବେ ଦାରା ସିଂଙ୍କ ଆଗୁଆ ଜେଲ୍ ମୁକ୍ତି ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରି ମନେହେଉଛି।

Also Read: ବାତ୍ୟା ହେବ ନା ନାହିଁ ? ସ୍ପଷ୍ଟ କଲେ IMD ଡିଜି

ଅଗଷ୍ଟ ୧୫ ସୁଦ୍ଧା ମୁକ୍ତ ହେବା ନେଇ ଥିଲା

ପୂର୍ବରୁ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ମିଟିଂ ଆଧାରରେ ରିହାତି ପ୍ରକ୍ରିୟା ଶେଷ ହେବା କଥା ଥିଲା । ଅଗଷ୍ଟ ୪ କିମ୍ବା ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ମିଳିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଭେରିଫିକେସନ୍ ଓ ଅନ୍ୟାନ୍ୟ କାରଣରୁ ଏହା ସମ୍ଭବ ହୋଇପାରି ନ ଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ ନ ହେବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ।