ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରକି ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଯୋଗୁଁ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଭାରତୀୟ ରେଳବାଇ ପକ୍ଷରୁ ୨୨ଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍କୁ ବାତିଲ୍ କରାଯିବା ସହ କେତେକ ଟ୍ରେନରେ ଚଳାଚଳ ଆଂଶିକ ଭାବେ ନିୟନ୍ତ୍ରିତ କରାଯାଇଛି। ଅକ୍ଟୋବର ୨୭ ରୁ ନଭେମ୍ବର ୫ ତାରିଖ ମଧ୍ୟରେ ଏହି ସେବାଗୁଡ଼ିକ ପ୍ରଭାବିତ ହେବ।

ବିଶାଖାପାଟଣା, ସିକନ୍ଦରାବାଦ, ହାଓଡ଼ା, ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ରାୟଗଡ଼ା, କୋରାପୁଟ, ଜଗଦଲପୁର ଓ କିରଣ୍ଡୁଲ୍କୁ ଯୋଡ଼ୁଥିବା ବହୁ ପ୍ରମୁଖ ଟ୍ରେନ୍ ଏହି ବାତିଲ୍ ତାଲିକାରେ ରହିଛି।

ସମ୍ପୂର୍ଣ୍ଣ ବାତିଲ ହୋଇଥିବା ଟ୍ରେନ୍ ସୂଚନା

୧୮୫୧୫ ବିଶାଖାପାଟଣା-କିରଣ୍ଡୁଲ୍ ଏକ୍ସପ୍ରେସ୍: ଅକ୍ଟୋବର ୨୯ ରୁ ନଭେମ୍ବର ୪

୧୮୫୧୬ କିରଣ୍ଡୁଲ୍-ବିଶାଖାପାଟଣା ଏକ୍ସପ୍ରେସ୍: ଅକ୍ଟୋବର ୨୯ ରୁ ନଭେମ୍ବର ୪

୧୮୧୦୭ ରାଉରକେଲା-ଜଗଦଲପୁର ଇଣ୍ଟରସିଟି: ଅକ୍ଟୋବର ୨୯ ରୁ ନଭେମ୍ବର ୪

୧୮୧୦୮ ଜଗଦଲପୁର-ରାଉରକେଲା ଇଣ୍ଟରସିଟି: ଅକ୍ଟୋବର ୩୦ ରୁ ନଭେମ୍ବର ୫

୧୮୦୦୫ ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍: ଅକ୍ଟୋବର ୨୭ ରୁ ୩୦

୧୮୦୦୬ ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ୍: ଅକ୍ଟୋବର ୨୮ ରୁ ୩୧

୫୮୫୩୮ ବିଶାଖାପାଟଣା-କୋରାପୁଟ ପାସେଞ୍ଜର: ଅକ୍ଟୋବର ୨୭ ରୁ ୩୦

୫୮୫୩୭ କୋରାପୁଟ-ବିଶାଖାପାଟଣା ପାସେଞ୍ଜର: ଅକ୍ଟୋବର ୨୮ ରୁ ୩୧

୧୮୫୧୨ ବିଶାଖାପାଟଣା-କୋରାପୁଟ ଏକ୍ସପ୍ରେସ୍: ଅକ୍ଟୋବର ୩୦

୧୮୫୧୧ କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ୍: ଅକ୍ଟୋବର ୩୧

୫୮୫୦୧ ବିଶାଖାପାଟଣା-କିରଣ୍ଡୁଲ୍ ପାସେଞ୍ଜର: ଅକ୍ଟୋବର ୨୭ ରୁ ୩୦

୫୮୫୦୨ କିରଣ୍ଡୁଲ୍-ବିଶାଖାପାଟଣା ପାସେଞ୍ଜର: ଅକ୍ଟୋବର ୨୭ ରୁ ୩୦

୧୨୭୦୪ ସିକନ୍ଦରାବାଦ-ହାଓଡ଼ା ଫାଲକନାମା ଏକ୍ସପ୍ରେସ୍: ଅକ୍ଟୋବର ୨୭

୧୨୭୦୩ ହାଓଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ୍: ଅକ୍ଟୋବର ୨୯

୧୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ନୂଆ ବିଶାଖା ଏକ୍ସପ୍ରେସ୍: ଅକ୍ଟୋବର ୨୭

୧୭୦୧୫ ଭୁବନେଶ୍ୱର ନୂଆ-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍: ଅକ୍ଟୋବର ୨୯

୨୦୮୧୦ ନାନ୍ଦେଡ୍-ସମ୍ବଲପୁର ନାଗାବଳୀ ସୁପରଫାଷ୍ଟ: ଅକ୍ଟୋବର ୨୭

୨୦୮୦୯ ସମ୍ବଲପୁର-ନାନ୍ଦେଡ୍ ନାଗାବଳୀ ସୁପରଫାଷ୍ଟ: ଅକ୍ଟୋବର ୩୦

୨୨୮୮୨ ଭୁବନେଶ୍ୱର-ପୁଣେ ସୁପରଫାଷ୍ଟ ଏକ୍ସପ୍ରେସ୍: ଅକ୍ଟୋବର ୨୭

୨୨୮୮୧ ପୁଣେ-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ୍: ଅକ୍ଟୋବର ୨୯

୧୭୨୪୪ ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ୍: ଅକ୍ଟୋବର ୨୮

୧୭୨୪୩ ଗୁଣ୍ଟୁର-ରାୟଗଡ଼ା ଏକ୍ସପ୍ରେସ୍: ଅକ୍ଟୋବର ୨୭

ଆଂଶିକ ଚଳାଚଳ

୧୮୪୪୭ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍: ଅକ୍ଟୋବର ୨୭ ରୁ ୩୦ ପର୍ଯ୍ୟନ୍ତ ଏହି ଟ୍ରେନ୍ ଜଗଦଲପୁର ପରିବର୍ତ୍ତେ ରାୟଗଡ଼ା ପର୍ଯ୍ୟନ୍ତ ଯିବ।

୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ୍: ଅକ୍ଟୋବର ୨୮ ରୁ ୩୧ ପର୍ଯ୍ୟନ୍ତ ଏହି ଟ୍ରେନ୍ ଜଗଦଲପୁର ବଦଳରେ ରାୟଗଡ଼ାରୁ ହିଁ ଯାତ୍ରା ଆରମ୍ଭ କରିବ।

ଯାତ୍ରା କରିବା ପୂର୍ବରୁ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ଟ୍ରେନ୍ର ସଦ୍ୟତମ ସ୍ଥିତି ଜାଣିବା ପାଇଁ ଯାତ୍ରୀମାନେ ନ୍ୟାସନାଲ୍ ଟ୍ରେନ୍ ଏନ୍କ୍ୟୁଆରୀ ସିଷ୍ଟମ୍ (NTES) କିମ୍ବା ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ ସହାୟତା ନେଇପାରିବେ।

ସୂଚନାଯୋଗ୍ୟ, ସାମୁଦ୍ରିକ ବାତ୍ୟା 'ଅର୍ଣ୍ଣବ' ଭୟଙ୍କର ରୂପ ଧାରଣ କରି ଉପକୂଳ ମୁହାଁ ହେଉଛି। ଏହା ଆନ୍ଧ୍ରପ୍ରଦେଶ ୟାନାମ ନିକଟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ବେଳେ ଏବେଠାରୁ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ଓଡ଼ିଶାରେ ଏହାର ପ୍ରଭାବରୁ ଲାଗି ରହିଛି ବର୍ଷା। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଛି।

ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ୨୯ ତାରିଖ ସକାଳ ଯାଏଁ ମାଲକାନଗିରି, କୋରାପୁଟ ନବରଙ୍ଗପୁର, ରାୟଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାପାଇଁ ରେଡ ଆଲର୍ଟ ଜାରି କରାଯାଇଛି।