ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବର ପ୍ରଭାବ ଧୀରେ ଦୁର୍ବଳ ଦୁର୍ବଳ ହେଉଛି। ଅପରାହ୍ନ ସୁଦ୍ଧା ଏହାର ପ୍ରଭାବ ଆହୁରି କ୍ଷୀଣ ହେବ। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଅପରାହ୍ନ ସୁଦ୍ଧା ପାଗ ପରିବର୍ତ୍ତନ ହେବ। କିନ୍ତୁ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ବର୍ଷା ବିଜୁଳି ଘଡ଼ଘଡ଼ି ରହିବ। ଏହି ସୂଚନା ଦେଇଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଡ ଶରତ ସାହୁ।

ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା କିଛି ମଡେଲ ଆକଳନ କରିଛନ୍ତି। ତେବେ ଆଉ ଦୁଇ ଦିନ ପରେ ଏହା ଉପରେ ସ୍ପଷ୍ଟ ଚିତ୍ର ଆସିବ। ଏହାର ପ୍ରଭାବ କଣ ରହିବ ଓ କେତେ ବଡ଼ ଆକାରର ରହିବ ଜଣା ପଡିବ। ଯେଉଁ ଅଞ୍ଚଳରେ ଏହା ସୃଷ୍ଟି ହେଉଛି ସିଷ୍ଟମ ଷ୍ଟ୍ରଙ୍ଗ ଦେଖାଉଛି।

ଓଡ଼ିଶା ପଟକୁ ଆସିବା ସମ୍ଭାବନା କମ୍ ବୋଲି କହିଛନ୍ତି ଡ ଶରତ ସାହୁ। ଅର୍ଣ୍ଣବ ଦୁର୍ବଳ ହେବାର କାରଣ ତାମିଲନାଡୁ ଉପକୂଳରେ ଥିବା ଆଉ ଏକ ସିଷ୍ଟମ ସପୋର୍ଟ କଲାନାହିଁ। ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିବା ପରେ ଦୁର୍ବଳ ହୋଇଗଲା। ୱାଟର ଚର୍ଣ୍ଣିଂ ହେଲା। ତେଣୁ ଅର୍ଣ୍ଣବ ଶକ୍ତିଶାଳୀ କ୍ରମାଗତ ଦୁର୍ବଳ ହେଲା ବୋଲି ଡ. ଶରତ ସାହୁ କହିଛନ୍ତି।