ଭୁବନେଶ୍ଵର: ସୃଷ୍ଟି ହେଲା ବାତ୍ୟା ଅର୍ଣ୍ଣବ। ରାତି ସୁଦ୍ଧା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ। ଏମିତିକି ଏହା ଅତି ତୀବ୍ର ବାତ୍ୟା ର ରୂପ ମଧ୍ୟ ନେବାର ସମ୍ଭାବନା ରହିଛି। ଆସନ୍ତାକାଲି ସୁଦ୍ଧା ଅତି ଭୀଷଣ ବାତ୍ୟା ରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଉ ୨୮ ପୂର୍ବାହ୍ନରେ ସ୍ଥଳଭାଗ ଛୁଇଁବ ।

ଆଉ ୪୮ ଘଣ୍ଟା ପରେ ତାଣ୍ଡବ ରଚିବ ବାତ୍ୟା ଅର୍ଣ୍ଣବ । ଅକ୍ଟୋବର ୨୮ ବେଳକୁ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆନ୍ଧ୍ରର ବାପଟଲା ଓ ବିଶାଖାପଟନମ ଠାରେ ଏହା ସ୍ଥଳଭାଗ ଛୁଇଁବ। ବାତ୍ୟାର ଅଧିକ ପ୍ରଭାବ ଆନ୍ଧ୍ରରେ ପଡୁଥିବା ବେଳେ ଓଡ଼ିଶା ଉପରେ ମଧ୍ୟ ରହିଛି ବିପଦ । ଦକ୍ଷିଣ ଓଡ଼ିଶାରେ ରହିବ ଅଧିକ ପ୍ରଭାବ। ଲ୍ୟାଣ୍ଡଫଲ୍ ବେଳେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Also Read: ବାତ୍ୟା ଅର୍ଣ୍ଣବର ଭୟଙ୍କର ରୂପ ! ଓଡ଼ିଶାକୁ ସତର୍କ କରାଇଲେ IMD ଡିଜି

ତେଣୁ ଓଡ଼ିଶାରେ ମଧ୍ୟ ଅଧିକ ବର୍ଷା ହେବ। କିଛି ସ୍ଥାନରେ ବିଶେଷ ଦକ୍ଷିଣ ଓଡ଼ିଶାରେ ପବନର ବେଗ ୬୦ରୁ ୭୦ ଓ ଝଟକା ପବନ ୭୫ କିଲୋମିଟର ପ୍ରତି ଘଣ୍ଟାରେ ପ୍ରବାହିତ ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ମଧ୍ୟ ପବନ ରହିବ। ବାତ୍ୟା ପ୍ରଭାବରେ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ପ୍ରବଳ ବର୍ଷା ହେବ। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ରେଡ୍ ଓ ଅରେଞ୍ଜ ଆଲର୍ଟ ଜାରିକରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ପ୍ରବଳରୁ ଅତିପ୍ରବଳ ବର୍ଷା

୨୭ ତାରିଖ ପୁରୀ, ଗଞ୍ଜାମ, ଗଜପତି,ରାୟଗଡା, କୋରାପୁଟ, ମାଲକାନଗିରି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ପବନ ମଧ୍ୟ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ୨୮ରେ ରାଜ୍ୟରେ ଅଧିକ ବର୍ଷା ହେବା ନେଇ ରେଡ୍ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଗଞ୍ଜାମ , ଗଜାତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଅଞ୍ଚଳ ରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Also Read: ଗୋପାଳପୁର ଠାରୁ ୫୮୦ କି.ମି. ଦୂରରେ ‘ଅର୍ଣ୍ଣବ’, ୧୫ କି.ମି. ବେଗରେ ଆଗକୁ ବଢ଼ୁଛି

ରେଡ୍ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଏହି ଜିଲ୍ଲା ମାନଙ୍କରେ ପବନ ମଧ୍ୟ ଅଧିକ ରହିବ ୫୦ ରୁ ୬୦ ଓ ଝଟକା ୭୦ କିଲୋମିଟର ପ୍ରତି ଘଣ୍ଟା ରହିବା ସମ୍ଭାବନା ଥିବରୁ ରେଡ ଓ୍ଵାର୍ଣ୍ଣିଂ ଜାରିହୋଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ରହିବାର ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ରହିଛି। ରାଜ୍ୟରେ ତାମିଲନାଡୁରୁ ଆସୁଥିବା ଆଉ ଏକ ସିଷ୍ଟମର ପ୍ରଭାବ ମଧ୍ୟ ରହିବ । ବାତ୍ୟା ଓ ତାମିଲନାଡୁର ସିଷ୍ଟେମ ଯୋଗୁଁ ଓଡିଶାରେ ୨୭ରୁ ବର୍ଷା ଆରମ୍ଭ ହେବ । ଲ୍ୟାଣ୍ଡଫଲ ପରେ ବାତ୍ୟା ସାମାନ୍ୟ ଦୁର୍ବଳ ହେବଏବଂ ମାଲକାନଗିରି ଆଡ଼କୁ ମଧ୍ୟ ପ୍ରବେଶ କରିବ। ବର୍ତ୍ତମାନ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କୁ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି।