ଭୁବନେଶ୍ୱର: ପ୍ରକୃତି କିପରି ବିଜ୍ଞାନ ସହ ଖେଳେ। ଟେକ୍ନୋଲୋଜିକୁ ମାତ୍ ଦିଏ, ତାହା ଶିଖାଇଦେଲା ବାତ୍ୟା ଅକଭାନ୍। ଅକଭାନ୍ ଦୁର୍ବଳ ବାତ୍ୟାରେ ପରିଣତ ହୋଇ ଲ୍ୟାଣ୍ଡଫଲ କରିଛି ସତ। କିନ୍ତୁ ବିଶ୍ୱସ୍ତରୀୟ ମଡେଲ ଓ ପାଣିପାଗ ବିଜ୍ଞାନୀଙ୍କ ଆକଳନକୁ ଭୁଲ କରିଦେଇଛି। କଣ ସେହି ପାଣିପାଗର କାରକ ଥିଲା ଯାହା ଅକଭାନ ଦୁର୍ବଳ କରିଦେଲା। ଲ୍ୟାଣ୍ଡଫଲ ବେଳକୁ ମାର୍ଜିନାନ ସାଇକ୍ଲୋନ ବା ଦୁର୍ବଳ ବାତ୍ୟା ହୋଇ ଓଡ଼ିଶାରେ ମାଡ଼ ହେଲା।

ପାଣିପାଗ ଉପରେ ନଜର ପକାଇଲେ ଏବେ ଆକ୍ଟିଭ୍ ଅଛି ଦୁଇଟି ଆଣ୍ଟି ସାଇକ୍ଲୋନିକ୍ ସିଷ୍ଟମ୍ । ବାତ୍ୟାର ଗତିପଥ ନିର୍ଧାରଣରେ ଉଚ୍ଚଚାପ ବଳୟର ରହିଥାଏ ଅନେକ ଭୂମିକା । ମିଆଁମାର ଏବଂ ଭାରତର ଦକ୍ଷିଣ ପ୍ରାନ୍ତରେ ଆଣ୍ଟି ସାକ୍ଲୋନିକ୍ ସିଷ୍ଟମ୍ ଥିବାରୁ ସିଧାସଳଖ ଅକଭାନ୍ ଉପରେ ପଡୁଛି ପ୍ରଭାବ । ଅର୍ଥାତ ଦୁଇଟି ଆଣ୍ଟି ସାଇକ୍ଲୋନ୍ ଭିତରେ ରହିଯାଇଛି ସାଇକ୍ଲୋନିକ୍ ସିଷ୍ଟମ୍ ଅକଭାନ୍ । ତେବେ ମିଆଁମାରରେ ଥିବା ଆଣ୍ଟିସାଇକ୍ଲୋନିକ୍ ସିଷ୍ଟମ୍ ଅପେକ୍ଷାକୃତ ଶକ୍ତିଶାଳୀ । ଯାହା ବାତ୍ୟା ଅକଭାନର ଗତିପଥକୁ କରୁଛି ପ୍ରଭାବିତ ।

ସେହିପରି ବାତ୍ୟା ନିଜ ଇଚ୍ଛାରେ ଗତି କରେନି । ବାୟୁମଣ୍ଡଳରେ ପ୍ରବାହିତ ପବନ ଏହାକୁ ଆଗରୁ ବଢାଇଥାଏ । ଯାହାକୁ କୁହାଯାଏ ଷ୍ଟିୟରିଂ କରେଣ୍ଟ୍ । କିନ୍ତୁ ଅକଭାନ୍ ଆଖପାଖରେ ଦୁର୍ବଳ ରହିଛି ଷ୍ଟିୟରିଂ କରେଣ୍ଟ୍ । ଯାହା ଫଳରେ ଧିମା ରହିଛି ଅକଭାନର ଗତି । ଆହୁରି ମଧ୍ୟ ଓ୍ୱିଣ୍ଡ୍ ସିୟର୍ ଗତିପଥ ଉପରେ ପକାଉଛି ଇଫେକ୍ଟ୍ । ଏହା ଅଧିକ ରହିଲେ ବାତ୍ୟାର ମେଘମାଳା ଗୋଟିଏ ଦିଗକୁ ଢଳିଯାଏ । ଯାହା ବାତ୍ୟା କେନ୍ଦ୍ରର ସ୍ଥିତି ଏବଂ ଗଠନ ଉପରେ ଅଧିକ ପ୍ରଭାବିତ କରୁଛି । ଫଳରେ ବାତ୍ୟାର ଦିଗରେ ଆସୁଛି ବାରମ୍ବାର ପରିବର୍ତ୍ତନ ।