ବ୍ରହ୍ମପୁର: ବାତ୍ୟା ଅକଭାନକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ପ୍ରସ୍ତୁତି ବିବାଦରେ ସୂଚନା ଦେଇ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ କରିଛନ୍ତି, ଗୁରୁବାର ରାତି ସୁଦ୍ଧା ଜିଲ୍ଲାର ୧,୩୮,୩୧୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି l ୬୦୦ ବାତ୍ୟା ଆଶ୍ରୟ ସ୍ଥଳୀ କେନ୍ଦ୍ରରେ ଲୋକଙ୍କୁ ରଖାଯାଇଛି l ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ସହ ପିଇବା ପାଣିର ବ୍ୟବସ୍ଥା କରାଯାଇଛି l ରାତି ତମାମ ଗ୍ରାଉଣ୍ଡ ଜିରୋରେ ରହି କର୍ମଚାରୀମାନେ ସମସ୍ତ ବ୍ୟବସ୍ଥା ବୁଝିବେ l

Also Read: ବାତ୍ୟା ‘ଅକଭାନ’ ପ୍ରସ୍ତୁତି, ୬ ଜିଲ୍ଲାରେ ICR ଆକ୍ଟିଭ

ଶୁକ୍ରବାର ସକାଳରୁ ଅପରାହ୍ନ ମଧ୍ୟରେ ଗୋପାଳପୁର ନିକଟରେ ବାତ୍ୟା ସ୍ଥଳ ଭାଗ ଛୁଇଁବ ସମ୍ଭାବନା ରହିଛି l ଏହାକୁ ଦୃଷ୍ଟିରେ ରଖି ଚିକିଟି ଠାରୁ ଖଲ୍ଲିକୋଟ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି l ଲୋକଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି । ୮୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି l ସେଥି ମଧ୍ୟରୁ ୩୪୪ ଜଣ ସୁରକ୍ଷିତ ଭାବେ ପ୍ରସବ କରିଛନ୍ତି l ଓଡ୍ରାଫାର ୧୨ଟି ଟିମଅ, ଏନଡିଆରଏଫ୍ର ୩ଟି ଟିମ୍, ୨୪ଟି ଅଗ୍ନିଶମ ଟିମ୍ ନିୟୋଜିତ ଅଛନ୍ତି l ୫୯ଟି ଭୁସ୍ଖଳନ ଅଞ୍ଚଳ ଚିହ୍ନଟ କରି ସେହି ସ୍ଥାନରୁ ସମସ୍ତଙ୍କୁ ସ୍ଥାନାନ୍ତରିତ କରାଯାଇଛି l ସକାଳ ୬ରୁ ଅପରାହ୍ନ ୨ଟା ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହି ଥିବାରୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି l

 

ସେପଟେ ଜିଲ୍ଲାର ସମସ୍ତ ଜଳ ଭଣ୍ଡାରରେ ଅଧା ପାଣି ଖାଲି କରାଯାଇଛି l ବାହୁଦା, ଋଷିକୂଲ୍ୟା ନଦୀର ସ୍ଥିତି ଉପରେ ନଜର ରଖାଯାଇଛି l ବନ୍ୟା ପାଣି ନିଷ୍କାସନ ଓ ମୋବାଇଲ ନେଟୱାର୍କ ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରା ଯାଇଛି ବୋଲି ଗଞ୍ଜାମ ଜିଲ୍ଲପାଳ ଭି.କୀର୍ତ୍ତି ଭାସନ କହିଛନ୍ତି l