କଟକ ୨୬।୯: ଅପମିଶ୍ରିତ ଛେନା ପନିରର ପର୍ଦ୍ଦାଫାସ ପରେ ହୋଇଛି ଆକ୍ସନ । କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ବଦଳି କରାଯାଇଛି । ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କୁ ରାଇରଙ୍ଗପୁର ବଦଳି କରାଯାଇଛି । ରାଜ୍ୟ ଫୁଡ୍ ସେଫ୍ଟି କମିଶନରଙ୍କ କାର୍ଯ୍ୟାଳୟରୁ ଅମିତାଙ୍କ ବଦଳି ନିର୍ଦ୍ଦେଶ ହୋଇଛି ।

​​​​​​​

Also Read:- ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସୁନାବେଶ ଠାରୁ ଗୁଣ୍ଡିଚା ମନ୍ଦିର, ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

କଟକ ଜିଲ୍ଲା ନିଆଳି ଅଞ୍ଚଳରୁ ଆସୁଥିବା ଛେନା ଓ ପନିର ଅପମିଶ୍ରିତ ବୋଲି ଲ୍ୟାବ୍ ରିପୋର୍ଟରୁ ଜଣାପଡିବା ପରେ ହୋଇଛି ଆକ୍ସନ । ନିଆଳି ଅଞ୍ଚଳରୁ ଆସୁଥିବା ଛେନା ଓ ପନିରର ନମୁନା ହରିୟାଣା ଲାବୋରେଟୋରୀକୁ ପରୀକ୍ଷା ପାଇଁ ଯାଇଥିଲା । ୩ ଦିନ ତଳେ ମିଳିଥିବା ନିଆଳି ଛେନା, ପନିରରେ ମଇଦା ଓ ଡିଟରଜେଣ୍ଟ ମିଶୁଥିବା ଜଣାପଡିଥିଲା ।