କଟକ: ମହାନଦୀରେ ପ୍ରବଳ ସ୍ରୋତକୁ ଦୃଷ୍ଟିରେ ରଖି ୪୮ ଘଣ୍ଟା ପାଇଁ ଆଡଭାଇଜରି ଜାରି କଲା କଟକ ଜିଲ୍ଲା ପ୍ରଶାସନ। ଏହି ୪୮ ଘଣ୍ଟା ପାଇଁ ଗଡ଼ଗଡ଼ିଆ ଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ନିଷିଦ୍ଧ କରାଯାଇଛି। ଶ୍ରାବଣ ମାସ ପାଣି ଉଠାଇବା ପାଇଁ ମଧ୍ୟ ଗଡ଼ଗଡ଼ିଆ ଘାଟକୁ ପ୍ରବେଶ ନିଷେଧ କରାଯାଇଛି।

ଖାଲି ସେତିକି ନୁହେଁ ନଦୀକୂଳ ଓ ତଳିଆ ଅଞ୍ଚଳରେ ଥିବା ଦେବାଳୟଗୁଡ଼ିକ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଆଗାମୀ ୪୮ ଘଣ୍ଟା ବନ୍ଦ ରହିବ। ଏହି ସମୟରେ ନଦୀରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଚଳ, ସେଲ୍ଫି ନେବା ଉପରେ ବି କଟକଣା ଲାଗିଛି।

Also Read: ବାହାଘରରେ ବାଧକ ସାଜିଥିଲା ବନ୍ୟା, ନିଆରା ଉପାୟରେ ଶାଶୁଘର ପହଞ୍ଚିଲେ କନ୍ୟା

ମିଳିଥିବା ସଦ୍ୟ ସୂଚନା ଅନୁସାରେ, ନଦୀରୁ ସାମାନ୍ୟ ଜଳସ୍ତର ହ୍ରାସ ପାଇଛି। କିନ୍ତୁ ପ୍ରଖୋର ସ୍ରୋତ ଓ ହୀରାକୁଦ ଜଳଭଣ୍ଡାରରୁ ଆସୁଥିବା ବନ୍ୟା ଜଳକୁ ଦୃଷ୍ଟିରେ ରଖି ଆଗାମୀ ୪୮ ଘଣ୍ଟା ପାଇଁ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ।