ନୂଆଦିଲ୍ଲୀ,୦୧/୦୫: ଅମ୍ବାଲା ଏବଂ ଚଣ୍ଡିଗଡ଼ରେ ବଢ଼ିଥିବା ଦିବିତା ଜୁନେଜା ସିନେମାରୁ ଏବେ ବ୍ୟବସାୟ ଜଗତରେ ପାଦ ରଖିଛନ୍ତି । ଦେଶର ବହୁ ଜଣାଶୁଣା ଉଦ୍ୟୋଗୀ ସଞ୍ଜୀବ ଜୁନେଜାଙ୍କ ଝିଅ ହୋଇଥିବାରୁ ଦିବିତାଙ୍କୁ ପିଲାଦିନରୁ ହିଁ ବ୍ୟବସାୟ ଏବଂ ବ୍ରାଣ୍ଡିଂ ସମ୍ପର୍କରେ ଜ୍ଞାନ ମିଳିଥିଲା । ତେବେ ଦିବିତା ଏବେ ନିଜର ପ୍ରଥମ ୱେଡିଂ- ଥିମ୍ଡ ପପ୍-ଅପ୍ ଇଭେଣ୍ଟ ସହ ମୁମ୍ବାଇର ୱର୍ଲିସ୍ଥିତ ଏକ ଷ୍ଟୁଡିଓରେ ପାଦ ରଖିବାକୁ ଯାଉଛନ୍ତି।

ଯେଉଁଠି ସେ ନିଜର ଲଗଜୁରୀ ଫ୍ରାଗ୍ରେନ୍ସ ବ୍ରାଣ୍ଡ୍ ଡି’ଜେନେ ଅତରକୁ ଲଞ୍ଚ୍ କରିବେ । ବିବାହ ଏବଂ ହାଇ-ଭ୍ୟାଲ୍ୟୁ ଗିଫ୍ଟିଂ ସେଗ୍ମେଣ୍ଟକୁ ଧ୍ୟାନରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । ଡି’ଜେନେ ଅତରର ଅର୍ଥ ହେଉଛି ‘ଡିଭାଇନ୍ ଏସେନ୍ସ’ ଅର୍ଥାତ ଏଭଳି ବାସ୍ନା, ଯାହା କେବଳ ମହକ ନୁହେଁ ବରଂ ଏକ ଭାବନା ଓ ଅନୁଭବ ହେବ । ପାରମ୍ପରିକ ଭାରତୀୟ ବାସ୍ନାକୁ ଆଧୁନିକ ଏବଂ ପ୍ରିମିୟମ ଟଚ୍ ସହ ପ୍ରସ୍ତୁତ କରାଯାଇଛି ।

ଦିବିତାଙ୍କ ଲକ୍ଷ୍ୟ ହେଉଛି ଭାରତର ପାରମ୍ପରିକ ବାସ୍ନାକୁ ଏକ ଗ୍ଲୋବାଲ ଏବଂ ବିଳାସର ପରିଚୟ ଦେବା, ଯାହା ଦେଶ ସହିତ ଅନ୍ତରାଷ୍ଟ୍ରୀୟ ସ୍ତରରେ ବି ନିଜର ଏକ ଭିନ୍ନ ଛାପ ଛାଡ଼ିପାରିବ ।