CSK vs KKR IPL 2026: ଆଜି ଆଇପିଏଲର ୨୨ତମ ମ୍ୟାଚ୍ ଚେନ୍ନଇ ସୁପର କିଙ୍ଗ୍ସ(CSK) ଓ କୋଲକାତା ନାଇଟ୍ ରାଇଡର୍ସ(KKR) ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଚଳିତ ସିଜିନରେ କେକେଆର ନିଜର ପ୍ରଥମ ବିଜୟ ଅପେକ୍ଷାରେ ରହିଛି। ଦଳ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ତିନୋଟିରେ ହାରି ସାରିଛି। ଗୋଟିଏ ମ୍ୟାଚ୍ ବର୍ଷାରେ ଧୋଇଯିବାରୁ ଦଳକୁ ଗୋଟିଏ ପଏଣ୍ଟ ମିଳିଛି। ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ୪ଟି ମ୍ୟାଚରୁ ୩ଟି ହାରି ନିଜର ଶେଷ ମ୍ୟାଚ୍ ଜିତିଛି।

କୋଲକାତା ପଏଣ୍ଟ ଟେବୁଲର ନିମ୍ନରେ ଥିବା ବେଳେ ଚେନ୍ନାଇ ନବମ ସ୍ଥାନରେ ରହିଛି। ଚେନ୍ନାଇ ଆଜିର ମ୍ୟାଚ୍ ଜିତି ନିଜର ଲୟ ବଜାୟ ରଖିବାକୁ ଚେଷ୍ଟା କରିବ। ଆଜିର ମ୍ୟାଚ୍ ଜିତିଲେ ଦଳ ସପ୍ତମରୁ ଚତୁର୍ଥ ସ୍ଥାନ ପର୍ଯ୍ୟନ୍ତ ଉଠିପାରେ। ଅନ୍ୟପଟେ କେକେଆର ହାରିଲେ ଦଳର ପ୍ଲେ ଅଫ୍ ରାସ୍ତା କଷ୍ଟକର ହୋଇ ପଡ଼ିବ। କାରଣ ଦଳ ହାତରେ ଆଉ ୯ଟି ମ୍ୟାଚ୍ ରହିବ। ଏମିତି ହେଲେ ପ୍ଲେ ଅଫ ପାଇଁ ଦଳକୁ ୮ଟି ମ୍ୟାଚ୍ ଜିତିବାକୁ ପଡ଼ିବ, ଯାହା ବହୁତ କଷ୍ଟକର ହେବ।

ଚେନ୍ନାଇ ବନାମ କୋଲକାତା ହେଡ୍-ଟୁ-ହେଡ୍

ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୋଟ ୩୨ଟି ମ୍ୟାଚ୍ ଖେଳାଯାଇଛି। ଏଥିରୁ ଚେନ୍ନାଇ ୨୦ମ୍ୟାଚ୍ ଜିତିଛି। ଅନ୍ୟପକ୍ଷରେ କୋଲକାତା ୧୧ଟି ମ୍ୟାଚ୍ ଜିତିଛି। ଉଭୟ ଦଳ ମଧ୍ୟରେ ବାକି ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ରେକର୍ଡ ଦର୍ଶାଉଛି ଯେ ଚେନ୍ନାଇର ପଲ୍ଲା ଭାରି ରହିଛି। ଚେନ୍ନାଇ ଏହି ସିଜନରେ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ କୋଲକାତା ସମସ୍ତ ମ୍ୟାଚ୍ ହାରିଛି।

Also Read: ଆରସିବି ତାରକାଙ୍କ ଉପରେ ବୁଲିଲା ବିସିସିଆଇ ଖଣ୍ଡା, ହାର୍ଦ୍ଦିକଙ୍କୁ ଆୟର ଓ ଗିଲଙ୍କ ପରି ଦଣ୍ଡ

ଗତ ସିଜନରେ ଅର୍ଥାତ୍ ୨୦୨୫ରେ ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ କୋଲକାତା ଗୋଟିଏ ଜିତିଥିଲା ଏବଂ ଚେନ୍ନାଇ ଅନ୍ୟଟି ଜିତିଥିଲା। ଆଜିର ମ୍ୟାଚ୍ କେଉଁ ଦଳ ଜିତିବ ତାହା ଦେଖିବା ଆକର୍ଷଣୀୟ ହେବ।

ଚେନ୍ନାଇ ସୁପର କିଙ୍ଗସର ସମ୍ଭାବିତ ଏକାଦଶ

ଋତୁରାଜ ଗାଏକ୍ଵାଡ(ଅଧିନାୟକ), ସଞ୍ଜୁ ସାମସନ(ୱିକେଟ୍ କିପର), ଆୟୁଷ ମହାତ୍ରେ, ସରଫରାଜ ଖାନ, ଡେୱାଲ୍ଡ ବ୍ରେଭିସ, ଶିବମ ଦୁବେ, ଜେମି ଓଭରଟନ, ଅକିଲ ହୁସେନ, ନୂର ଅହମ୍ମଦଦ, ଖଲିଲ ଅହମ୍ମଦ, ଅଂଶୁଲ କମ୍ବୋଜ ଓ ଗୁରଜପନୀତ ସିଂ ।

କୋଲକାତା ନାଇଟ୍ ରାଇଡର୍ସର ସମ୍ଭାବିତ ଏକାଦଶ

ଆଜିଙ୍କ୍ୟ ରାହାଣେ(ଅଧିନାୟକ), ଫିନ ଆଲେନ, କ୍ୟାମେରୁନ ଗ୍ରୀନ, ଅଙ୍ଗକୃଷ ରଘୁବଂଶୀ(ୱିକେଟ୍ କିପର), ରିଙ୍କୁ ସିଂ, ରୋଭମ୍ୟାନ ପାୱେଲ, ରମଣଦୀପ ସିଂ, ଅନୁକୂଲ ରୟ, ସୁନୀଲ ନାରିନ, ନବଦୀପ ସାଇନି, କାର୍ତ୍ତିକ ତ୍ୟାଗି ଓ ବୈଭବ ଆରୋରା ।