ନୂଆଦିଲ୍ଲୀ: IPL ୨୦୨୬ର ୩୭ ତମ ମ୍ୟାଚ ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମ ଖେଳାଯାଇଥିବା ଏହି ମ୍ୟାଚକୁ ଗୁଜରାଟ ଟାଇଟନ୍ସ ୮ ଓ୍ବିକେଟରେ ଜିତି ନେଇଛି। ଟସ୍ ଜିତି ଗୁଜରାଟ ଟିମ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ସିଏସକେ ପ୍ରଥମେ ବ୍ୟାଟିଂ କରି ଗାୟକଓ୍ବାଡ଼ଙ୍କ ଅପରାଜିତ ୭୪ ରନ୍ ବଳରେ ଗୁଜରାଟ ସାମ୍ନାରେ ୧୫୯ ରନର ଲକ୍ଷ୍ୟ ରଖିଥିଲା। ହେଲେ ଏହି ଟାର୍ଗେଟକୁ ଗୁଜରାଟ ୧୭ତମ ଓଭରରେ ହିଁ ଚେଜ କରିନେଇଛି।

ସାଈ କରିଛନ୍ତି ୮୭ ରନ୍

୧୫୯ ରନ୍ର ଜବାବରେ ଓହ୍ଲାଇଥିବା ଗୁଜରାଟ ଆରମ୍ଭରୁ ଖୁବ୍ ଭଲ ପ୍ରଦର୍ଶନ କରିଥିଲା। ଶୁଭମନ ଗିଲ ଏବଂ ସାଈ ସୁଦର୍ଶନଙ୍କ ଚମତ୍କାର ପାର୍ଟନରସିପ୍ ଦେଖିବାକୁ ମିଳିଥିଲା। ତେବେ ପ୍ରଥମ ଓ୍ବିକେଟ ୭ମ ଓଭରରେ ଯାଇଥିଲା। ଗିଲ୍ ୩୩ ରନ୍ କରି ଆଉଟ ହୋଇଥିଲେ। କିନ୍ତୁ ଏହା ପରେ ସାଈଙ୍କ ଚମତ୍କାର ପାଳି ଦେଖିବାକୁ ମିଳିଥିଲା। ସାଈ ବଟଲଙ୍କ ସହ ମିଶି ମଧ୍ୟ ଭଲ ରନ୍ ସଂଗ୍ରହ କରିଥିଲେ। ହେଲେ ୧୭ତମ ଓଭରରେ ତାଙ୍କ ଓ୍ବିକେଟ ଯାଇଥିଲା। କିନ୍ତୁ ସାଈ ୪୬ ରନ ୮୭ ରନର ପାଳି ଖେଳିଥିଲେ। କିନ୍ତୁ ତାଙ୍କ ବଳରେ ହିଁ ଗୁଜରାଟ ଏହି ମୁକାବିଲା ୮ ଓ୍ବିକେଟରେ ଜିତିଛି।

ସିଏସକେର ବ୍ୟାଟିଂ

ସିଏସକେ ପାଇଁ ଋତୁରାଜ ଗାୟକଓ୍ବାଡ଼ ଏବଂ ସଞ୍ଜୁ ସାମସନ ଓପନିଂ କରିଥିଲେ। କିନ୍ତୁ ଏହି ମୁକାବିଲରେ ସଞ୍ଜୁ ସାମସନ କେବଳ ୧୧ ରନ କରି ଆଉଟ ହୋଇଥିଲେ। ଏହା ପରେ ଉର୍ବିଲ ପଟେଲ ୪ ରନ କରି ରବାଡାଙ୍କ ଶିକାର ହୋଇଥିଲେ ଆଉ ସରଫରାଜ ମଧ୍ୟ ଖାତା ଖୋଲିପାରିନଥିଲେ। ଏହା ପରେ ଡେଭାଲ୍ଡ ବ୍ରେଭିସ ମଧ୍ୟ ମାତ୍ର ୨ ରନରେ ଆଉଟ ହୋଇଥିଲେ। ଅବଶ୍ୟ ଋତୁରାଜ ଗାୟକଓ୍ବାଡ଼ ଶେଷ ପର୍ଯ୍ୟନ୍ତ ରହିଥିଲେ। ସେ ୭୪ ରନରେ ଅପରାଜିତ ପାଳି ଖେଳିଥିଲେ। ଯାହାଫଳରେ ସିଏସକେ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୫୮ ରନ୍ କରିଥିଲା।

ଚେନ୍ନାଇ ସୁପର କିଙ୍ଗସର ପ୍ଲେଇଂ ଇଲେଭେନ: ସଞ୍ଜୁ ସାମସନ, ଋତୁରାଜ ଗାୟକଓ୍ବାଡ଼, ଉର୍ବିଲ ପଟେଲ, ଡେଭାଲ୍ଡ ବ୍ରେଭିସ, ଶିବମ ଦୁବେ, କାର୍ତିକ ଶର୍ମା, ଜେମି ଓଭରଟନ, ଅକିଲ ହୋସେନ, ନୂର ଅହମଦ, ଅଂଶଳୁ କମ୍ବୋଜ, ଗୁରଜାପନୀତ ସିଂହ।

ଗୁଜରାଟ ଟାଇଟନ୍ସର ପ୍ଲେଇଂ ଇଲେଭେନ: ସାଈ ସୁଦର୍ଶନ, ଶୁଭମନ ଗିଲ (ଅଧିନାୟକ), ଜୋସ ବଟଲର, ଶାହରୁଖ ଖାନ, ଓ୍ବାସିଂଟନ ସୁନ୍ଦର, ଜେସନ ହୋଲ୍ଡର, ରାଶିଦ ଖାନ, ଅରଶଦ ଖାନ, କାଗିସୋ ରବାଡା, ମୋହମ୍ମଦ ସିରାଜ, ମାନବ ସୁଥାର।